ତେନ୍ତୁଳି ଗଛରୁ ଉଦ୍ଧାର ହେଲା ନାବାଳିକାର ଝୁଲନ୍ତା ମୃତଦେହ, ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜୟପୁର (କେ ନ୍ୟୁଜ୍‌) : ଦିନ ପ୍ରାୟ ୨ଟା ବେଳେ ଝିଅଟି ଶୌଚ ପାଇଁ ଘର ବାହାରକୁ ଯାଇଥିଲା । ହେଲେ ୫ଟା ବେଳକୁ ଦେଖିବାକୁ ମିଳିଲା ଘର ନିକଟ ଏକ ତେନ୍ତୁଳି ଗଛରେ ତାର ଝୁଲନ୍ତା ମୃତଦେହ । ପୋଷାକ ଚିରି ଯାଇଥିଲା ଏବଂ ଦେହରେ କିଛି କ୍ଷତ ଚିହ୍ନ ବି ରହିଛି । ତେଣୁ ସନ୍ଦେହ କରାଯାଉଛି ନାବାଳିକାଟିକୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି ।

ଏହି ଘଟଣା ହେଉଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଚିତ୍ରା ପଞ୍ଚାୟତ ବାଘମାରୀ ଗାଁରେ । ଝିଅଟିର ବାପା ଓ ମାମୁଁଙ୍କ ଅଭିଯୋଗକୁ ଆଧାର କରି କୋଟପାଡ଼ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ସେମାନେ ଝିଅକୁ ଭଲ ପାଉଥିବା ଗାଁର ଜଣେ ଯୁବକ ଓ ତାର ଜଣେ ସାଥୀ ବିରୋଧରେ ଅଭିଯୋଗ କରିଛନ୍ତି । ସେମାନେ ହିଁ ଝିଅକୁ ମାରିଥିବା ଆରୋପ ଲଗାଇଛନ୍ତି । ଏପଟେ ପୋଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.