Below header

ସାଲେପୁର ଭାତପଡା ଛକ ନିକଟରେ ଧରାପଡିଲେ ନାବାଳକ ସ୍କୁଟି ଚାଳକ, ବିଭିନ୍ନ ନିୟମ ଉଲଙ୍ଘନ କରିଥିବାରୁ ଲାଗିଲା ୨୬ ହଜାର ଟଙ୍କା ଜୋରିମାନା !

ସାଲେପୁର : ଯୋରଦାର ଚାଲିଛି ଟ୍ରାଫିକ୍ ଚେକିଙ୍ଗ୍। ନିମୟକୁ କରାଯାଇଛି କଡାକଡି । ଯିଏ ମାନିବ ସିଏ ବର୍ତ୍ତିବ, ଆଉ ଯିଏ ଅମାନିଆ ସେ ଦଣ୍ଡିତ ହେବ। ତେବେ ଏନେଇ ବିଭିନ୍ନ ସ୍ଥାନରେ ଚାଲୁ ରହିଛି ଧରପକଡ ।

ଏହାରି ଭିତରେ ସାଲେପୁର ଭାତପଡା ଛକ ନିକଟରେ କଟକ ପରିବହନ ବିଭାଗ ଓ ସାଲେପୁର ପୋଲିସ ପକ୍ଷରୁ ଦୁଇ ଚକିଆ ଗାଡି ଚେକିଂ ଚାଲିଥିବାବେଳେ ଜଣେ ନାବାଳକ ସ୍କୁଟି ଚାଳକ ଧରାପଡିଥିଲେ । ଯେଉଁଠି ବିଭିନ୍ନ କାରଣକୁ ନେଇ ଉକ୍ତ ନାବାଳକ ସ୍କୁଟି ଚାଳକଙ୍କ ଠାରୁ ୨୬ ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.