Below header

ଯାଜପୁର: ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ

ଯାଜପୁର ରୋଡ(କେନ୍ୟୁଜ୍): ଚଣ୍ଡିଖୋଲରୁ ଆସୁଥିବା ବେଳେ ଏକ ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ। । ସୂଚନା ମୁତାବକ ବ୍ଯାସନଗର ସ୍ଥିତ ସାପଗଡିଆ ଅଂଚଳର ଜନୈକ ବ୍ଯକ୍ତିଙ୍କ ଝିଅ ଚଣ୍ଡିଖୋଲର ଏକ କଲେଜରେ ପାଠ ପଢ଼ନ୍ତି। ତେବେ ଆଜି କଲେଜରେ କ୍ଲାସ କରି ସାରି ଘରକୁ ଏକ ଘରୋଇ ବସରେ ଛାତ୍ରୀ ଜଣକ ଆସୁଥିଲେ । ବସ ଭିତରେ ଏକ ଅଜଣା ଯୁବକ ତାଙ୍କୁ ଅସଦାଚରଣ କରିଥିଲେ ।  ଯାହାକୁ ନେଇ ଛାତ୍ରୀ ଜଣକ ବସର ଡ୍ରାଇଭର, ହେଲ୍ପରଙ୍କୁ ଜଣାଇଥିଲେ । ତେବେ ବସର କର୍ମଚାରୀ ମାନେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଯୁବକକୁ ବାଡା ବାଡ଼ି କରି ବିଦା କରିଦେଇଥିବା ଛାତ୍ରୀ ଜଣକ ଅଭିଯୋଗ କରି ନିଜ ବାପାଙ୍କୁ ଜଣାଇଥିଲେ ।

ଛାତ୍ରୀଙ୍କ ବାପା ଝିଅର ଅଭିଯୋଗ ଶୁଣିବା ପରେ ତୁରନ୍ତ ବ୍ଯାସନଗର ସ୍ଥିତ ବସଷ୍ଟାଣ୍ଡ ନିକଟରେ ପହଞ୍ଚି ଯାଜପୁର ରୋଡ ପୋଲିସକୁ ଖବର ଦେଇଥିଲେ।  ସେପଟେ ଯାଜପୁର ରୋଡ ପୋଲିସ ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀ ଓ ତାଙ୍କ ବାପାଙ୍କ ନିକଟରୁ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ଯୁବକକୁ ଖୋଜାଖୋଜି କରିଥିଲେ । ଏଥିସହିତ ଯୁବକକୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ସେପଟେ ଘଟଣାର ତଦନ୍ତ ଚାଲୁଥିବାରୁ ପୋଲିସ କୌଣସି ସୂଚନା ଦେବାକୁ  ମନା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.