ଶୋଇବା ସମୟରେ ମୁଣ୍ଡ ପାଖରୁ ହଟାଇ ଦିଅନ୍ତୁ ଏହି ୫ ଜିନିଷ, ନଚେତ ଏହା ହୋଇପାରେ ବର୍ବାଦିର କାରଣ

ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ମୁଣ୍ଡ ପାଖରେ ଏହି ଜିନିଷ ରଖିବା ଫଳରେ ଜୀବନରେ ନକରାତ୍ମକତା ଓ ଅଶୁଭତ୍ୱର ପ୍ରଭାବ ପଡିଥାଏ । ଏହାଦ୍ୱାରା ନା କେବଳ ଦରିଦ୍ରତା ଆସିଥାଏ, ଚାକିରି ଜୀବନ ଓ ସମ୍ପତ୍ତି ଉପରେ ଏହାର ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ଶୋଇବା ସମୟରେ ମୁଣ୍ଡ ପାଖରେ କେଉଁ ଜିନିଷ ରଖିବା କଥା ନୁହେଁ ।

ଘରର ବୟୋଜ୍ୟୋଷ୍ଠ ବ୍ୟକ୍ତିମାନେ ଶୋଇବା ସମୟରେ କିଛି ବସ୍ତୁ ମୁଣ୍ଡ ପାଖରେ ରଖିବାକୁ ବାରଣ କରିଥାନ୍ତି । କାରଣ ଏହାଦ୍ୱାରା ଜୀବନରେ ବହୁ ବିପତ୍ତି ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ ଶୋଇବା ସମୟରେ ମୁଣ୍ଡ ପାଖରେ ରଖି ଶୋଇବା କଥା ନୁହେଁ ।

ଓ୍ଵାଲର୍ଟ ବା ପର୍ସ :

ବାସ୍ତୁ ଅନୁସାରେ ଆମେ କେବେ କେବେ ଆମର ପର୍ସ ବା ଓ୍ଵାଲର୍ଟ ମୁଣ୍ଡ ପାଖରେ ରଖି ଶୋଇଯାଉ । ଏପରି ଆଦୌ କରିବା କଥା ନୁହେଁ । ଏମିତି କରୁଥିଲେ ଆପଣ ଚାହିଁଲେ ବି ହାତରେ ଟଙ୍କା ରହିବ ନାହିଁ । ତେଣୁ ଏହାକୁ ସର୍ବଦା ଆଲମାରୀ ବା ତେଜୋରୀରେ ରଖି ଶୁଅନ୍ତୁ ।

ଜଂଜିର ବା ରଶି :

ରାତିରେ ଶୋଇବା ସମୟରେ ଆମେ ରଶି ବା ଜଂଜିର ନିଜର ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ଯଦି ଏପରି କରନ୍ତି ତେବେ ଜୀବନରେ କେବେ ବି ବାଧା କମିବ ନାହିଁ । କାରିଅରରେ ବାରମ୍ବାର ଅସଫଳ ମିଳିବ । ଏମିତି ଲୋକଙ୍କ ସରଳ କାର୍ଯ୍ୟ ବି କଷ୍ଟରେ ସମାପ୍ତ ହେବ ।

ପେପର, ମାଗାଜିନ ବା ବହି :

ଯଦି ଆପଣ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ତକିଆ ତଳେ ବହି, ମାଗାଜିନ ବା ଖବରକାଗଜ ରଖି ଶୋଉଥାନ୍ତି, ତେବେ ଶୀଘ୍ର ଏହି ଭୁଲ ସୁଧାରି ନିଅନ୍ତୁ । ମୁଣ୍ଡ ତଳେ ଏପରି ଜିନିଷ ରଖିକରି ଶୋଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏପରି ଲୋକଙ୍କ କେବେ ବି ଜୀବନରେ ଉନ୍ନତି ହୋଇ ନଥାଏ ।

ପାଣି ବୋତଲ :

କିଛି ଲୋକ ରାତିରେ ଶୋଇବା ସମୟରେ ପାଣି ବୋତଲ ମୁଣ୍ଡ ପାଖରେ ରଖିକରି ଶୋଇଥାନ୍ତି । ହେଲେ ଆପଣ ଜାଣନ୍ତି କି ଏହାର ଖରାପ ପ୍ରଭାବ ଆମ ଜୀବନରେ ପଡ଼ିଥାଏ । ଏମିତି କରିବା ଦ୍ୱାରା ଏକାଗ୍ରତା ସର୍ବଦା ଭଙ୍ଗ ହୋଇଥାଏ । ବ୍ୟକ୍ତି ମାନସିକ ଦୁଶ୍ଚିନ୍ତା ଭିତରେ ରହିଥାନ୍ତି ।

ଆଧୁନିକ ଯନ୍ତ୍ର :

ରାତିରେ ଶୋଇବା ସମୟରେ ଘଣ୍ଟା, ଫୋନ ଓ ଲାପଟପ ଭଳି ଜିନିଷ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର କହିଥାଏ କି ଶୋଇବା ସମୟରେ ଏଭଳି ଜିନିଷ ରଖିଲେ ନକରାତ୍ମକତା ବଢ଼ିଥାଏ । ଏହାଦ୍ୱାରା ଧନହାନି ହେବା ସହ ଜୀବନରେ ସବୁ କ୍ଷେତ୍ରରେ ଖରାପ ପ୍ରଭାବ ପଡ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.