Below header

ESIC ପକ୍ଷରୁ ଜାରି ହୋଇଛି ନିଯୁକ୍ତି ପ୍ରକ୍ରିୟା, ଜୁଲାଇ ୧୮ ତାରିଖ ପୂର୍ବରୁ ତୁରନ୍ତ କରନ୍ତୁ ଆବେଦନ

କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଫ୍ୟାକଲ୍ଟି ପାଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀ ମାନେ ଅଫିସିଆଲ ୱେବସାଇଟ esic.nic.inକୁ ଯାଇ ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ ESIC PGIMRS ଅଭିଯାନ ମାଧ୍ୟମରେ ସହାୟକ ପ୍ରଫେସରର ୪୯୧ ପଦରେ ଭର୍ତ୍ତି କରାଯିବ ।

ଏହି ଆବେଦନର ଶେଷ ତାରିଖ ଜୁଲାଇ ୧୮ ତାରିଖ ରଖାଯାଇଛି । ଆଶାୟୀ ମାନେ ଧ୍ୟାନରେ ରଖିବେ ଅଧା ଲେଖାଥିବା ଫର୍ମ ସ୍ୱୀକାର କରାଯିବ ନାହିଁ । ଆଉ ଯଦି ଫର୍ମ ଜମା କରିବାରେ ବିଳମ୍ବ ହୁଏ ତେବେ କତ୍ତୃପକ୍ଷ ଦାୟୀ ରହିବେ ନାହିଁ । ଆବେଦନ କରିବା ପୂର୍ବରୁ ତଳେ ଦିଆଯାଇଥିବା ତଥ୍ୟ ଗୁଡିକୁ ଜାଣିରଖନ୍ତୁ ।

ଆଶାୟୀ ମାନେ ମାନ୍ୟତା ପ୍ରାପ୍ତ ବୀରେଶ୍ବବିଦ୍ୟାଳୟ କିମ୍ବା କୌଣସି କଲେଜରୁ ପୋଷ୍ଟ ଗ୍ରାଜୁଏଟ କରିଥିବା ଆବଶ୍ୟକ । ସର୍ବାଧିକ ବୟସସୀମା ୪୦ବର୍ଷ ରଖାଯାଇଛି । ସଧାରଣ ବର୍ଗର ଆଶାୟୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରଖାଯାଇଛି । ଯେବେକି ଅନୁସୂଚିତ ଜାତି/ ଜନଜାତି/ ପିଡ଼ବ୍ଳ୍ଉଡ଼ି/ ମହିଳା ମାନଙ୍କ ପାଇଁ କୌଣସି ଶୁଳ୍କ ରଖାଯାଇନାହିଁ । ଆପଣ ଡିମାଣ୍ଡ ଡ୍ରଫଟ ଜରିଆରେ ପରୀକ୍ଷା ଫି ଭରିପାରିବେ । କେବଳ ମାତ୍ର ସାକ୍ଷାତ୍କାର ପ୍ରକ୍ରିୟାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପଦ ଗୁଡିକ ପାଇଁ ସାକ୍ଷାତ୍କାର ଇଏସଆଇସି ଦ୍ୱାରା ନିର୍ଦ୍ଧାରିତ ଉପଯୁକ୍ତଙ୍କ ସ୍ଥାନରେ ଆୟୋଜିତ କରାଯିବ ।

ଜାଣନ୍ତୁ କିପରି କରିବେ ଆବେଦନ ?

ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ୱେବସାଇଟରେ ନୋଟିଫିକେସନ ଓ ଫର୍ମ ଲିଙ୍କ ଉପରେ କ୍ଲିକ କରନ୍ତୁ । ଆବେଦନକାରୀଙ୍କୁ ଆବେଦନ ପତ୍ର କ୍ଷେତ୍ରୀୟ ନିର୍ଦ୍ଦେଶକ, ଇଏସଆଇ ନିଗମ, ପାଞ୍ଚଦିପ ଭାବନ, ସେକ୍ଟର-୧୬ ଫରିଦାବାଦ-୧୨୧୦୦୨ ଠିକଣାକୁ ପଠାଇବାକୁ ହେବ । ଆଶାୟୀମାନେ ଜନ୍ମ ପ୍ରମାଣ ପତ୍ର, ମାର୍କସିଟ, ପ୍ରୁଫ ଆଇଡି ଆଦିକୁ ସେଲ୍ଫ ଆଟେଷ୍ଟେଡ କରି ଜମା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.