Below header

ପଦବୀରୁ ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସୀଙ୍ଗେ

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରଣିଲ ବିକ୍ରମସୀଙ୍ଗେ । ଆଜି ଅପରାହ୍ନରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି । ଦେଶର ଆର୍ଥିକ ସଙ୍କଟକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ଆସୁଥିଲେ ଦେଶବାସୀ । ଏନେଇ ବିକ୍ଷୋଭ ମଧ୍ୟ ଜାରିରହିଥିଲା । ଅନ୍ୟପକ୍ଷରେ ଆଜି ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟଭାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡ଼ି କେଉଁଆଡେ ପଳାୟନ କରିଛନ୍ତି ।

ଶ୍ରୀଲଙ୍କାର ଖରାପ ସ୍ଥିତିକୁ ନେଇ ରାସ୍ତା ଉପରକୁ ଓଲ୍ହାଇ ଆସିଥିଲେ ଲୋକେ । କହିରଖିବା ଉଚିତ ହେବଯେ, ପୋଲିସ ପ୍ରଦର୍ଶନକାରୀ ମାନଙ୍କୁ ହଟାଇବା ପାଇଁ ଟିୟର ଗ୍ୟାସ ବା ଲୁହବୁହା ଗ୍ୟାସର ପ୍ରୟୋଗ ମଧ୍ୟ କରିଥିଲେ । କିନ୍ତୁ ତଥାପି ପ୍ରଦର୍ଶନକାରୀମାନେ ତାଙ୍କ ଜିଦିରୁ ହଟିନଥିଲେ । ପ୍ରଦର୍ଶନକାରୀମାନେ ବ୍ୟାରିକେଡ଼ ଭାଙ୍ଗି ରାଷ୍ଟ୍ରପତି ଭବନରେ ପଶି ଯାଇଥିଲେ । ପ୍ରଦର୍ଶନକାରୀ ମାନେ ଶ୍ରୀଲଙ୍କାର ଏପରି ସ୍ଥିତି ପାଇଁ ଗୋଟଭାୟା ଓ ବିକ୍ରମସୀଙ୍ଗେଙ୍କୁ ଦୋଷୀ ଠଉରାଇଚନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.