Below header

ଆର୍କିଟେକ କାମ ପାଇଁ ଡାକି ଆଖିରେ ଲଙ୍କା ଗୁଣ୍ଡ ପକାଇଲେ, ଅପହରଣ କରି ପରିବାରକୁ ମାଗିଲେ ୩୦ ଲକ୍ଷ ଟଙ୍କା

ବ୍ରହ୍ମପୁର(କେନ୍ୟୁଜ୍):  ବ୍ରହ୍ମପୁର ଉପକଣ୍ଠ ପାଲୁର୍‌ ହିଲସ୍‌ ନିକଟରେ ଚାଲିଥିବା ଆଇଜର୍‌ ନିକଟରେ ଏକ ହୋଟେଲର ଆର୍କିଟେକ କାମ ପାଇଁ ଡାକି ଅପହରଣ । ପରେ ପରିବାର ଲୋକଙ୍କୁ ୩୦ ଲକ୍ଷର ମୁଣ୍ଡ ଜାମିନ କରିଥିଲେ। ତେବେ ଅପହରଣକାରୀଙ୍କ ଅସାବଧାନତାର ସୁଯୋଗ ନେଇ ଡ଼େଇଁପଡିଲେ ଅପହୃତ ଆର୍କିଟେକ କର୍ମଚାରୀ । ଏହି ଘଟଣା ଜାନୁଆରୀ ୩ ତାରିଖ ସଂଧ୍ୟାରେ ଘଟିଛି । ୩ ତାରିଖ ସକାଳୁ ମୋବାଇଲ ଯୋଗେ ଖବର ପାଇ ଭୁବନେଶ୍ୱର ଅଞ୍ଚଳର ଦିବ୍ଯସ୍ମୃତି ସାହୁ ଓ ସେକ ସାହେନବାଜ ଆସିଥିଲେ ବ୍ରହ୍ମପୁର ଉପକଣ୍ଠ କନିସି ନିକଟକୁ । ସେଠାରେ ସଂଧ୍ୟାରେ ପହଞ୍ଚି  ତାଙ୍କ ସହ ଯୋଗାଯୋଗ କରିଥିବା ଲୋକଙ୍କୁ ଫୋନ  କରିଥିଲେ। ଏହି ସମୟରେ ୪ ଜଣ ଆସି ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ସେମାନଙ୍କ କାରରେ ଅପହରଣ କରିନେଇଥିଲେ  ।

ପରେ ଲାଉଡ଼ିଗାଁ, ବ୍ରହ୍ମପୁର, ଆସିକା, ବାଲିସିରା ସମେତ ଭଞ୍ଜନଗର ଅଞ୍ଚଳ ବୁଲାଇ ବୁଲାଇ ଶେଷରେ ବ୍ରହ୍ମପୁର ଆଣୁଥିଲେ। ଏହି ସମୟରେ ଉଭୟ କାରରୁ ଡ଼େଇଁ ପଡିଥିଲେ ବୋଲି ପୋଲିସକୁ କହିଛନ୍ତି। ତେବେ ଅପହରଣ ରାତିରେ ଅପହରଣକାରୀ ମାନେ ଦିବ୍ଯସ୍ମୃତିଙ୍କ ପରିବାର ଲୋକଙ୍କୁ ୩୦ ଲକ୍ଷ ଟଙ୍କା ଅର୍ଥ ମାଗିଥିବା ଅଭିଯୋଗ କରିଛନ୍ତି ।

ଅପହରଣକାରୀ ମାନେ କାରକୁ ଗୋଶାଣୀ ନୂଆଗାଁ ଥାନା ଅନ୍ଧ ପସରା ରୋଡ଼ କଡ଼ରେ ରଖି ପଳାଇଥିବା ବେଳେ ଦୁଇ ଅଭିଯୋଗକାରୀଙ୍କ ନିକଟରୁ ମୋବାଇଲ, ଆଇପ୍ଯାଡ଼, ଅନ୍ଯାନ ଜିନିଷ ଲୁଟ କରି ନେଇଯାଇଛନ୍ତି। ଗୋଳନ୍ଥରା ଥାନା ପୋଲିସ ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଥିବା ଜଣାପଡିଛି  । ଏହି ଘଟଣାରେ ଦୁଇଟି ପୋଲିସ ଟିମ କରି ଘଟଣାର ତଦନ୍ତ କରାଯାଉଥିବା ବେଳେ ଅଭିଯୋଗକାରୀଙ୍କୁ ନେଇ ସ୍ପଟରେ ତଦନ୍ତ  ମଧ୍ୟ କରିଛି  ଗୋଳନ୍ଥରା ପୋଲିସ  । ବିଭିନ୍ନ ଦିଗକୁନେଇ ତଦନ୍ତ କରାଯାଉଥିବା ବେଳେ ପ୍ରକୃତ ତଥ୍ଯ ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.