ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ ମିଶନରେ କଟକ ସାମିଲ,ସହରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି

କଟକ(କେନ୍ୟୁଜ୍):  କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି। ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ’ ମିଶନରେ କଟକ ସାମିଲ । ସହରର ଘରେ ଘରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସିଏମ୍‌ସି ଅଞ୍ଚଳରେ ୪୩୦ କୋଟି ଟଙ୍କା ବ୍ୟୟରେ ୩ଟି ଜଳ ବିଶୋଧନାଗାରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୈନିକ ୧୪.୩ କୋଟି ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବ ଏହି ପ୍ରୋଜେକ୍ଟ। ଏହାଦ୍ୱାରା CMCର ୫୯ ଓ୍ଵାର୍ଡର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହେବେ । ଏଥିପାଇଁ ଖର୍ଚ୍ଚ ହୋଇଛି ୭୯୦ କୋଟି ଟଙ୍କା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଟକ ସହିତ ରାଜ୍ୟର ୬୦ଟି ସହରର ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି ।

sujala2

ଖୁବଶୀଘ୍ର ରାଜ୍ୟର ସମସ୍ତ ୧୧୪ଟି ସହରରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ମିଳିବ ।   ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କେବଳ ସାରା ଦେଶ ନୁହେଁ, ସାରା ପୃଥିବୀର ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇପାରିଛି । ଏହା ପାନୀୟ ଜଳ ଯୋଗାଣ ପାଇଁ ହୋଇଥିବା ଜାତୀୟ ନୀତିରେ ମଧ୍ୟ ଅନୁସୃତ ହୋଇଛି । ଅମୃତ ୨.୦ରେ ସାମିଲ ମଧ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.