ବାଇକରେ ଯାଉଥିବା ମହିଳାଙ୍କୁ ଜୋରସୋରେ ଧକ୍କା ଦେଲା ଷଣ୍ଢ, ନିମିଷକେ ଭିତରେ ହେଲା ଏପରି ଅବସ୍ଥା ଦେଖନ୍ତୁ

କେବଳ ସ୍ପେନରେ ନୁହେଁ ବରଂ ଭାରତରେ ମଧ୍ୟ ବୁଲ୍‌ ଫେଷ୍ଟିଭାଲ ବଡ ଜୋରସୋରରେ ପାଳନ କରାଯାଏ। ଯେତେବେଳେ ଏହି ବୁଲ ଫେଷ୍ଟିଭାଲର ଭିଡିଓ ସାମ୍ନାକୁ ଆସିଲା ସେତେବେଳେ ଲୋକଙ୍କ ଲୋମ ଟାଙ୍କୁରୀ ଉଠିଲା, ନିଶ୍ୱାସ ଥମିଗଲା। ବେଳେବେେ କିଛି ଭିଡିଓ ଏମିତି ବି ଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦିଏ ଆଚମ୍ବିତ କରାଇଦିଏ। କିନ୍ତୁ ବିଶ୍ୱାସ କରନ୍ତୁ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ।

ହୋସ ଉଡାଇବା ଭଳି ଏହି ଭିଡିଓ ହେଉଛି ସାଉଥ୍‌ ଇଣ୍ଡିଆରେ। ଯେଉଁଠି ବୁଲ୍‌ ଫେଷ୍ଟିଭାଲର ଆୟୋଜନ କରାଯାଉଥିଲା ଆଉ ଗୋଟେ ଷଣ୍ଢ ଜନଗହଳି ରାସ୍ତାକୁ ଚାଲିଆସି ଦୌଡିବାରେ ଲାଗିଲା। ଯାହାଫଳରେ ରାସ୍ତାରେ ଯାଉଥିବା ଲୋକମାନେ ଇଆଡେ ସିଆଡେ ଦୌଡିଲେ। ଷଣ୍ଢଟି ବି ଯାହାକୁ ସାମ୍ନାରେ ପାଉଥିଲା ଆକ୍ରମଣ କରୁଥିଲା। ଏହି ସମୟରେ ଜଣେ ବ୍ୟକ୍ତି ବାଇକରେ ମହିଳାଙ୍କୁ ପଛରେ ବସାଇ ଦୃତ ଗତିରେ ଯାଉଥିବାବେଳେ ଷଣ୍ଢ ତାଙ୍କୁ ଧକ୍କା ମାରିଲା। ବାଇକ ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ତାଙ୍କ ପଛରେ ବସିଥିବା ମହିଳା ଶ୍ୱନ୍ୟରେ ଉଡି କଚାଡି ହୋଇ ତଳେ ପଡିଲେ।

ଏହି ସମୟରେ ସେଠାରେ ଶହ ଶହ ଲୋକ ଉପସ୍ଥିତ ଥିଲେ। ମହିଳାଙ୍କ ଅବସ୍ଥା ଦେଖିବା ପାଇଁ ଦୌଡିଲେ। ତେବେ ମହିଳାଙ୍କ ଅବସ୍ଥା କଣ ଅଛି ତାହା ଏଯାଏଁ ସ୍ପଷ୍ଟ ହୋଇନି। କିନ୍ତୁ ଏହି ଭିଡିଓ ଗୋଟେ ଶିକ୍ଷା ଦେଉଛି ଯେ ସବୁବେଳେ ଆପଣ ଷଣ୍ଢ ଠାରୁ ଦୂରତା ରକ୍ଷା କରିବା ଆବଶ୍ୟକ। କାହିଁକିନା ସେ କେତେବେଳେ କେଉଁଠି ବି ଆକ୍ରମଣ କରିପାରେ। ଏହି ଭିଡିଓ ଏବେ ପାଣି ଭଳି ଭାଇରାଲ ହେଉଛି।

 

View this post on Instagram

 

A post shared by Meme wala (@memewalanews)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.