ଦିନ ଦ୍ୱିପହରରେ ବୀଭତ୍ସ ହତ୍ୟା, ଦୁର୍ବୃତ୍ତଙ୍କ ଟାଙ୍ଗିଆ ଚୋଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମୃତ

କେନ୍ୟୁଜ୍(ବ୍ୟୁରୋ):  ଦିନ ଦ୍ୱିପହରରେ ବୀଭତ୍ସ ହତ୍ୟା। ଦୁର୍ବୃତ୍ତଙ୍କ ଆକ୍ରମଣରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମୃତ। ଦୁର୍ବୃତ୍ତଙ୍କ ଟାଙ୍ଗିଆ ଚୋଟରେ ଧ୍ରୁବ ନାଏକ ମୃତ। ନିଶାସକ୍ତ ଅବସ୍ଥାରେ ଦୁର୍ବୃତ୍ତ ତାଙ୍କ ଘରେ ପଶି ହତ୍ୟା କରିଛି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଘରେ ପୂର୍ବତନ କୁଳପତି ଥିବା ବେଳେ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଲଇକେରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜମିବାଡ଼ି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.