କଟକ: ବଦଳିଗଲା ଗଡ଼ଗଡ଼ିଆ ଘାଟର ରୂପରେଖ, ହରିଦ୍ୱାର ଢାଞ୍ଚାରେ ତିଆରି ହେଉଛି ନୂଆ ତୁଠ

କେନ୍ୟୁଜ୍(ବ୍ୟୁରୋ): ମହାନଦୀ କୂଳ ଗଡ଼ଗଡ଼ିଆ ଘାଟ। ଗୌରବମୟ ନୌବାଣିଜ୍ୟ ପରମ୍ପରାର ଅନ୍ୟତମ ମୁକ ସାକ୍ଷୀ ଏହି ସ୍ଥାନ। ଯେଉଁ ସମୟରେ ଜଳପଥରେ ଯାତାୟାତ ଗୁରୁତ୍ବ ବହନ କରୁଥିଲା, ସେ ସମୟରେ ଏହି ଅଞ୍ଚଳର ଚାହିଦା ଓ ଲୋକପ୍ରିୟତା ଥିଲା ଆକାଶ ଛୁଆଁ। ବାଲିଯାତ୍ରା ତଳ ପଡିଆକୁ ଲାଗି କରି ରହିଥିବା ଏହି ଗଡ଼ ଗଡ଼ିଆ ଘାଟ ମହାନଦୀରୁ ପ୍ରତି ବର୍ଷ ପାଣି ଉଠାଇ ବୋଲ ବମ୍ ଯାତ୍ରାରେ ସାମିଲ ହୁଅନ୍ତି ଲକ୍ଷ ଲକ୍ଷ ଶୈବ ଭକ୍ତ। ବର୍ଷ ତମାମ ଏହି ଠାରେ ଅନ୍ତ୍ୟେଷ୍ଟି କ୍ରିୟାର ଶୁଦ୍ଧି କର୍ମ କରନ୍ତି ହଜାର ହଜାର ଲୋକ। ନିୟମିତ ଏଠାରେ ସ୍ନାନ କରିଥାନ୍ତି ଶତାଧିକ ଲୋକ। ତେବେ ଏକ ଭଲ ସୁନ୍ଦର ତୁଠର ଅଭାବ ଦୀର୍ଘ ବର୍ଷ ଧରି ରହି ଆସିଥିଲାଏହି ସ୍ଥାନରେ। ଯାହା ଆଜି ପୂରଣ ହେବାକୁ ଯାଉଛି।

ଏବେ ବଦଳିବାକୁ ଯାଉଛି ଏହି  ତୁଠର ଚିତ୍ର। ଆଧ୍ୟାତ୍ମିକ କ୍ଷେତ୍ର ହରିଦ୍ୱାର ଢାଞ୍ଚାରେ ତିଆରି ହେଉଛି ଏହି ଗଡ଼ଗଡ଼ିଆ ଘାଟ। ନଦୀ କୂଳରେ ବିଭିନ୍ନ କର୍ମ ପାଇଁ ଏବେ ବ୍ୟବହାର ହୋଇ ପାରିବ ଏହି ନୂଆ ତୁଠ। ୫୦ ଫୁଟର ଲୁହା ପ୍ଲେଟ ପୋତା ଯାଇ, ତା ଉପରେ ନିର୍ମାଣ ହେଉଛି ଚଉଡା କଂକ୍ରିଟ ପାହାଚ। ଏବେ ନା କୁଳ ଖାଇବ ନା ବାଲି ଧସିବ । ପାହାଚରେ ଲାଗିବ ରେଲିଂ ଓ ଚେନ। ଆଲୋକୀକରଣ କରାଯିବା ସହିତ, ଉପଲବ୍ଧ କରାଯିବ ପର୍ଯ୍ୟାପ୍ତ ପରିମାଣରେ ଡ଼ଷ୍ଟ ବିନ।  ବିଭିନ୍ନ ଦୃଷ୍ଟି କୋଣରୁ ଗୁରୁତ୍ବ ବହନ କରୁଥିବା   ଏହି ଘାଟର ନବୀକରଣ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି ସହରବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.