Below header

ଖୋର୍ଦ୍ଧା: ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ୭୦ ହଜାରରୁ ଅଧିକ ଟଙ୍କା ଲୁଟ

ବେଗୁନିଆ(କେନ୍ୟୁଜ୍): ଖୋର୍ଦ୍ଧା ବେଗୁନିଆ ଧାନଘର ନୂଆଗାଁ ରାସ୍ତାରେ ମଧୁରା ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କୁ ଗୁଳି କରି ୭୦ ହଜାରରୁ ଅଧିକ ଟଙ୍କା ଲୁଟ କରିଛନ୍ତି ଲୁଟେରା । ମହିଳା ଜଣକ ନାଁ ରଞ୍ଜିତା ଖଟୁଆ ବୋଲି ଜଣା ପଡ଼ିଛି।  ସେ ଟଙ୍କା ଆଦାୟ କରି ଅଫିସ ଆସୁଥିବା ସମୟରେ ତିନି ଜଣ ଯୁବକ ଏକ ପଲସର ବାଇକରେ ଆସି ମହିଳାଙ୍କୁ ଅଟକାଇ ଗୁଳିକରି ୭୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।

ଏସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଁଚିବା ସହିତ ସାଇଡିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଖୋର୍ଦ୍ଧା ଏସଡିପିଓ କହିଛନ୍ତି । ମହିଳାଙ୍କୁ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.