ରାଜସ୍ଥାନରେ ୪୦ ଘଣ୍ଟା ବିତାଇଲେ ଜାହ୍ନବୀ କପୁର; ଏତେ ଖାଦ୍ୟ ଖାଉଥିବାର ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ

ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଅଭିନେତ୍ରୀ। ‘ଧଡ଼କ’ ଫିଲ୍ମରୁ ଡେବ୍ୟୁ କରିବା ପରେ ସେ ଫ୍ୟାନମାନଙ୍କ ପସନ୍ଦର ଅଭିନେତ୍ରୀ ପାଲଟିଛନ୍ତି। ଏବେ ନିକଟରେ ଜାହ୍ନବୀ ରାଜସ୍ଥାନ ଯାଇଥିବା ବେଳେ ସେଠାରୁ କିଛି ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ରାଜସ୍ଥାନରେ ୪୦ ଘଣ୍ଟା ବିତାଇଥିବା ଜାହ୍ନବୀ ସେଠାରେ ବହୁତ ମସ୍ତି କରିଥିଲେ। ଏହି ଭିଡିଓ ଏବଂ ଫଟୋରେ ଦେଖାଯାଇ ପାରିବ କି, ସେ କୌଣସି ଫୋର୍ଟ ବାହାରେ ନଜର ଆସୁଛନ୍ତି। ଏତିକି ନୁହେଁ, ସେ ନିଜ ଖାଦ୍ୟ ଥାଳିର ଫଟୋ ମଧ୍ୟ ସେୟାର କରିଛନ୍ତି, ଯାହାକି ଖାଦ୍ୟରେ ଭରପୂର ରହିଛି। ଫଟୋ ଦେଖି ଜଣେ ଫ୍ୟାନ କମେଣ୍ଟ କରି କହିଛନ୍ତି, ‘ଓହୋ! କେତେ ଦିନରୁ ଆପଣ ଭୋକିଲା ଅଛନ୍ତି’। ଅନ୍ୟ ଜଣେ ଲେଖିଛନ୍ତି, ‘ସୋ କ୍ୟୁଟ୍‌’।

ସେପଟେ ଜାହ୍ନବୀ କପୁରଙ୍କ ଫିଲ୍ମ କ୍ୟାରିୟର ଦେଖିଲେ, ସେ ଶେଷ ଥର କମେଡି ଫିଲ୍ମ ‘ରୁହୀ’ରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ସହିତ ବରୁଣ ଶର୍ମା ଓ ରାଜ କୁମାର ରାଓ ମଧ୍ୟ ଅଭିନୟ କରିଥିଲେ। ଜାହ୍ନବୀଙ୍କ ଆଗାମୀ ଫିଲ୍ମ ‘ଦୋସ୍ତାନା ୨’ ଆସୁଛି। ଏହି ଫିଲ୍ମ ‘ଦୋସ୍ତାନା’ର ସ୍ୱିକ୍ୱେଲ। ଏହା ବ୍ୟତୀତ ସେ ‘ଗୁଡ୍‌ ଲକ୍‌ ଜେରୀ’କୁ ନେଇ ମଧ୍ୟ ଖୁବ୍‌ ବ୍ୟସ୍ତ ଅଛନ୍ତି।

 

View this post on Instagram

 

A post shared by Janhvi Kapoor (@janhvikapoor)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.