Below header

କଟକରେ ୨୫୦ରୁ ଅଧିକ ପ୍ରି ଆକ୍ଟିଭେଟ୍‌ ସିମ୍‌କାର୍ଡ ଜବତ: ଦୁଇ ସାଇବର୍‌ ଠକ ଗିରଫ

କଟକ(କେନ୍ୟୁଜ୍): କଟକରେ ୨୫୦ରୁ ଅଧିକ ପ୍ରି ଆକ୍ଟିଭେଟ ସିମ୍‌ ଜବତ କରିଛି ପୋଲିସ।ଏସବୁ ସିମକୁ ସାଇବର କ୍ରାଇମ୍‌ ପାଇଁ ବ୍ୟବହାର ହେଉଥିଲା । କିଛି ସିମ୍‌ ରାଜ୍ୟ ବାହାରକୁ ମଧ୍ୟ ଯାଇଛି । ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାରେ ସ୍ପଷ୍ଟ କରିଛି ଫେକ୍‌ ଆଧାର ଓ ଭୋଟର୍‌ ଆଇଡି ଜରିଆରେ ଏଭଳି କାରବାର ବହୁ ଦିନ ହେବ ଚାଲୁଥିଲା ।

ଅପରାଧିମାନେ ଯେଉଁ ଠକେଇ କରନ୍ତି ସେଥିରୁ କିଛି ପର୍ସେଣ୍ଟ ଦୋକାନୀଙ୍କୁ ଦେଇଥାନ୍ତି । ଗତ ୨୮ ତାରିଖରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ଜଣା ପଡ଼ିଲା ରାଜ୍ୟ ବାହାରରୁ ଅପରାଧୀ ଆସିଲେ କିଛି ଦୋକାନୀ ଏହି ପ୍ରି ଆକ୍ଟିଭେଟ୍‌ ସିମ୍‌ ଦେଉଥିଲେ । ୨୦୧୭ରୁ ଏହି ଫେକ ସିମ କାରବାର ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.