କେଶ, ମୁହଁ ଓ ନଖରୁ ହୋଲି ରଙ୍ଗ ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ସରଳ ଘରୋଇ ଟିପ୍ସ

ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଆଜିର ଯୁବପିଢ଼ି। ତେବେ କେବଳ ଯୁବଗୋଷ୍ଠୀ ନୁହେଁ ବରଂ ହୋଲିର ରଙ୍ଗରେ ରଙ୍ଗେଇ ହବାକୁ ଚାହିଁଥାନ୍ତି ସମସ୍ତେ। କିଛି ଜଣକୁ ହୁଏତ ଏହି ରଙ୍ଗ ପସନ୍ଦ ଆସେନି। ଖାସ କରି ଯେଉଁମାନେ ନିଜ ସ୍କିନକୁ ନେଇ ବେଶି ପ୍ରୋଟେକ୍ଟ ଥାନ୍ତି। ତେବେ ସ୍କିନ ସମସ୍ୟାକୁ ଦୂର କରିବା ପାଇଁ ଏବେ ହର୍ବାଲ କଲର ବ୍ୟବହାର କରାଯାଉଛି।

ଏହାବ୍ୟତିତ ହୋଲିରେ କିଛି ଜଣ କେମିକାଲ ରଙ୍ଗ ସହ ଗୁଲାଲକୁ ବ୍ୟବହାର କରିଥାନ୍ତି। ତେବେ ମାର୍କେଟରେ ଅନେକ ଜିନିଷ ଭେଜାଲ ମଧ୍ୟ ମିଳୁଛି। ତେବେ ଏହା ଯଦି ମୁହଁ, କେଶ, କିମ୍ବା ନଖରେ ଲାଗିଯାଏ। ତେବେ କଥା ସରିଲା। ସେହି ସମୟରେ ଏହାକୁ ଛଡାଇବା କଷ୍ଟ ହୋଇଯାଏ।

କିଛି ଜଣଙ୍କ ମୁହଁରୁ ରଙ୍ଗ ଛାଡ଼ିଯାଏ ସତ କିନ୍ତୁ କେଶ ଓ ନଖରୁ ରଙ୍ଗ ବାହାରେ ନାହିଁ। ଯଦି ସେମାନେ କୌଣସି କେମିକାଲ ସାମ୍ପୁ ବ୍ୟବହାର କରନ୍ତି ତେବେ କେଶ ସହ ସ୍କିନ ର ଅବସ୍ଥା ଖରାପ ହେବାର ସମ୍ଭାବନା ରହିଥାଏ। ଯଦି ଆପଣ ବି ଏହି ସମସ୍ୟା ନେଇ ଚିନ୍ତିତ ଅଛନ୍ତି ତେବେ ବେଶି କିଛି ଭାବନ୍ତୁ ନାହିଁ। ଜାଣି ନିଅନ୍ତୁ ଏଥିପାଇଁ ସହଜ ଓ ସରଳ ଉପାୟ।

Holi
Image Credit: Business Insider

-ତ୍ୱଚାରୁ ରଙ୍ଗ ବାହାର କରିବା ପାଇଁ ସ୍କ୍ରବ କରିବା ନିହାତି ଜରୁରୀ, ଏହା ଆପଣ ଭାବୁଥିଲେ ଏମିତି ଭୁଳ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ସ୍କିନରେ ରଙ୍ଗ ଲିଭିଗଲେ ବି ସ୍କିନକୁ ବହୁତ ଖରାପ ପ୍ରଭାବ ପଡ଼ିଥାଏ। ଏହି ସମୟରେ ଯଦି ବି ଆପଣ ସ୍କିନରୁ ରଙ୍ଗ ବାହାର କରିବା ପାଇଁ ଚାହୁଁଛନ୍ତି ତେବେ ତ୍ୱଚାରେ ଟିକେ ତେଲ ମାଲିସ କରିନିଅନ୍ତୁ। ଏହାଦ୍ୱାରା ତ୍ୱଚାରୁ ରଙ୍ଗ ଆରାମରେ ବାହାରିଯିବ। ତେଣୁ ଭୁଲରେ ବି ସ୍କିନକୁ ରଗଡ଼ନ୍ତୁ ନାହିଁ।

-ମୁହଁରୁ ରଙ୍ଗକୁ ବାହାର କରିବା ପାଇଁ ତ୍ୱଚାରେ କ୍ଲିନଜିଂ ଫେସଓ୍ଵାସ ସହ ଭଲ ମଶ୍ଚରାଇଜର ବ୍ୟବହାର କରନ୍ତୁ । ମନେ ରଖନ୍ତୁ ହୋଲି ଖେଳିବା ପୂର୍ବରୁ ସ୍କିନରେ ତେଲ ମାଲିସ କରନ୍ତୁ । ଟ୍ୟାନ ସମସ୍ୟାରୁ ମୁକ୍ତି ପାଇଁ ସନସ୍କ୍ରିନ ବି ଲଗାଇପାରିବେ।

-ହୋଲି ଖେଳିବା ପରେ ଭଲ ସାମ୍ପୁରେ ହେୟାରଓ୍ଵାସ କରନ୍ତୁ। ୨ ଥର ସାମ୍ପୁ କରନ୍ତୁ। ଏହାପରେ ହେୟାର ସିରମ ୟୁଜ କରନ୍ତୁ। ଏହାଦ୍ୱାରା ହେୟାର ହାଇଡ୍ରେଟ ରହିବ। ଏହା ଖରା ଓ ଡ୍ରାଏନେସ କୁ କମାଇଦିଏ।

-ନଖରୁ ହୋଲି ରାଙ୍ଗ ହଟାଇବା ପାଇଁ ସବୁଠୁ ଭଲ ଉପାୟ ହେଉଛି ଆପଣ ଟ୍ରାନ୍ସପରେଣ୍ଟ ନେଲପଲିସ୍‌ ଲଗାନ୍ତୁ। ଯାହାକୁ ଆପଣ ହୋଲି ପରେ ରିମୁଭରରେ ବାହାର କରିପାରିବେ। ଏହାବ୍ୟତିତ ଆପଣ ଅଳ୍ପ ଉଷୁମ ପାଣିରେ ବାଦାମ ତେଲ କିମ୍ବା ସିରକା ମିଶାଇ ନଖକୁ ବୁଡାି ରଖନ୍ତୁ । ଏହାଦ୍ୱାରା ରଙ୍ଗ ବାହାରିଯାଏ।

ଶେଷରେ ହୋଲି ରଙ୍ଗରେ ବେଶି ଜ୍ୱଳନ ବା କୁଣ୍ଡେଇବା ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.