ଭୋର୍ ସମୟରେ ବାଇକ ଧରି ଭୁବନେଶ୍ୱରରେ ମର୍ଣ୍ଣିଂ ରାଇଡ କରୁଛନ୍ତି କପିଲ ଶର୍ମା, କରୁଛନ୍ତି ଖୁବ୍ ଏଞ୍ଜୟ

କପିଲ ଶର୍ମା ବର୍ତ୍ତମାନ ନିଜର କମେଡି ଶୋ ସହିତ ଫିଲ୍ମରେ ବହୁତ ବ୍ୟସ୍ତ ଅଛନ୍ତି। ନିକଟରେ ତାଙ୍କର ଶୋରେ ‘ବଚ୍ଚନ ପାଣ୍ଡେ’ଙ୍କ ପୂରା ଟିମ୍ ଆସିଥିଲା। ସେଟରେ ଅକ୍ଷୟ କୁମାର, ଅରଷଦ ଓ୍ଵାରସି, କୃତି ସାନନ ଏବଂ ନିର୍ଦ୍ଦେଶକ ଫରହାଦ୍ ସାମଜୀ ପହଁଚିଥିଲେ। କପିଲ ଓଡିଶାରେ ନିଜର ସୁଟିଙ୍ଗ୍ କରୁଛନ୍ତି। ଫିଲ୍ମର ସୁଟିଙ୍ଗରୁ ସମୟ ବାହାର କରି ସେ ଶୋର ଏପିସୋଡ କରିଥିଲେ।
କପିଲ ଏବେ ଓଡିଶା ଭୁବନେଶ୍ୱରରୁ ଏକ ଭିଡିଓ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସକାଳୁ ସକାଳୁ ବାଇକ ନେଇ ବାହାରେ ବୁଲୁଛନ୍ତି। ଏହି ବାଇକ ରାଇଡକୁ ସେ ବହୁତ ଏଞ୍ଜୟ କରୁଛନ୍ତି। ଭୋର ଭୋର ସମୟରେ ରାଜଧାନୀର ରାଜରାସ୍ଥାରେ କପିଲ ବୁଲୁଥିବା ଦେଖିବାକୁ ମିଳୁଛି।
କପିଲ ଏବେ ତାଙ୍କର ଫିଟନେସକୁ ନେଇ ବହୁତ ପରିଶ୍ରମ କରୁଛନ୍ତି। ଗତ କିଛି ଦିନ ହେବ ସେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଓ୍ଵାର୍କଆଉଟ କରୁଥିଲେ। ଏହି କାରଣରୁ ସେ ଭୋରରୁ ଉଠୁଛନ୍ତି। ଭୁବନେଶ୍ୱରର ରାଜରାସ୍ତାରେ କପିଲ ଏକ ହଳଦିଅର ରଙ୍ଗର ଟିସାର୍ଟ ପିନ୍ଧି ବୁଲେଟ ଧରି ମର୍ଣ୍ଣଂ ରାଇଡର ମଜା ନେଉଥିବା ଦେଖିବାକୁ ମିଳୁଛି। ଏହି ବାଇକ ରାଇଡ ଭିଡିଓ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, ‘ମେରି ଭେବରେଟ ବାଇକରେ ସକାଳର ରାଇଡକୁ ଏଞ୍ଜୟ କରୁଛି।
କପିଲଙ୍କ ଏହି ଭିଡିଓ ଦେଖି ଓଡିଶାରେ ନିଜର ପ୍ରିୟ ହାସ୍ୟଅଭିନେତାଙ୍କୁ ଦେଖି ବହୁତ ଖୁସି ଅଛନ୍ତି। ଓଡିଶାର ଅନେକ ୟୁଜର୍ସ କପିଲଙ୍କ ନିଜ ସହରରେ ଦେଖି ଏହି ଭିଡିଓରେ ନିଜ ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି।
ଆପଣ ବି ଦେଖନ୍ତୁ ଭିଡିଓ :
View this post on Instagram