ଯାଜପୁର: ଶିକ୍ଷୟିତ୍ରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଯାଜପୁର ରୋଡ(କେନ୍ୟୁଜ୍): ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ । ମିର୍ଜାପୁର ପରେ ଆଜି ପୁଣି ଆଉ ଜଣେ ଶିକ୍ଷୟିତ୍ରୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଘଟଣା ଘଟିଛି ଯାଜପୁର ରୋଡ ଥାନା ଅଞ୍ଚଳର ରାଛିପୁର ନୋହରା ଶାଳ ନିକଟରେ । ମୃତା ଜଣକ ନେଳିବାରୀ ସ୍କୁଲର ଶିକ୍ଷୟିତ୍ରୀ ଯୋଗମାୟା ଜେନା ବୋଲି ଜଣାପଡିଛି । ଶିକ୍ଷୟିତ୍ରୀଙ୍କୁ ଏକ ସ୍କୃଟି ଯୋଗେ ସାଥିରେ ନେଇ ଯାଉଥିବା ଆଉଜଣେ ଶିକ୍ଷକ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ତେବେ ଶିକ୍ଷୟିତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତରଙ୍କୁ ଯାଜପୁର ରୋଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୋଗମାୟା ନିକଟସ୍ଥ ନଟପଡା ଗ୍ରାମରେ ସୋମ୍ୟରଞ୍ଜନ ମଲ୍ଲିକଙ୍କୁ  ବିବାହ କରିଥିଲେ । ତେବେ କେଉଁ ଦୁର୍ବୃତ୍ତ କାହିଁକି ଏପରି କାଣ୍ଡ ଭିଆଇଲେ ତାହା ତଦନ୍ତ କରୁଛି ପୋଲିସ୍ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ହେଁ ପାରିବାରିକ ହିଂସା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପଂହିଚି ଅନୁସନ୍ଧାନ ଆରମ୍ଭ କରିଛି । ଯାଜପୁର ଏସ.ପି ଚରଣ ସିଂ ମିନା ଘଟଣାର ଅନୁଧ୍ୟାନ କରିବା ସହିତ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ଓ ଅଭିଯୁକ୍ତ ଖୁବ ଶିଘ୍ର ଧରାପଡିବେ ବୋଲି ସେ କହିଛନ୍ତି ।

ତେବେ ଗତ ତିନ ବର୍ଷ ହେବ  ଯୋଗମାୟା ଓ ତାଙ୍କ ସ୍ବାମୀ ଛାଡପତ୍ର ପାଇଁ ଅପିଲ କରିଥିଲେ। କିନ୍ତୁ ଛାଡପତ୍ର ଅପିଲ ପରେ  ମଧ୍ୟ ଯୋଗମାୟାଙ୍କ ସ୍ବାମୀ ଯୋଗମାୟାଙ୍କୁ ହଇରଣ ହରକତ କରି ଆସୁଥିଲେ । ଗତ କାଲି ମଧ୍ୟ ଜୀବନରୁ ମାରିଦେବାକୁ ସ୍ବାମୀ ଯୋଗମାୟାଙ୍କୁ ଧମକ ଦେଇଥିଲେ। କିନ୍ତୁ ଆଜି ହଠାତ ତାଙ୍କୁ ଗୋଡାଇ ଗୋଡାଇ ହାଣିବା ଘଟଣାରେ କେଁଉଁଠି ନା କେଉଁଠି ସ୍ବାମୀଙ୍କ ସଂମ୍ପ୍‌କ୍ତିକୁ ସନ୍ଦେହ କରୁଛନ୍ତି ଘର ଲୋକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.