Below header

ଘର ସମ୍ମୁଖରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ, CCTVରେ ଦେଖନ୍ତୁ ଲୁଟର ଦୃଶ୍ୟ

କେନ୍ୟୁଜ (ବ୍ୟୁରୋ): ଦିନ ଦ୍ବିପହର ସମୟରେ ଘର ସମୁଖରୁ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଠାରୁ ମାତ୍ର ୨୦୦ ମିଟର ଦୂର ପୋଷ୍ଟ ଅଫିସ ଗଳି ରାସ୍ତାରେ । ଦିନ ସମୟରେ ସମ୍ପୂର୍ଣ୍ଣ ଗହଳି ଥିବା ସମୟରେ ନିଜ ଘର ସମୁଖରୁ ଲୁଟ ର ଶିକାର ହୋଇଛନ୍ତି ନମିତା ତ୍ରିପାଠୀ । ସୂଚନା ଅନୁଯାୟୀ ନମିତା କିଛି ଅଫିସ କାମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ଫେରୁଥିଲେ ।

ସେହି ସମୟରେ ନିଜ ଘର ସମୁଖରୁ ଦୁଇ ଜଣ ଲୁଟେରା ବାଇକରେ ଆସି ନମିତାଙ୍କ ବେକରୁ ଚେନ ଝାମ୍ପିନେଲେ । CCTV ଲୁଟର ଲାଇଭ ଦୃଶ୍ୟ କଏଦ ହୋଇଛି । ଦେଖନ୍ତୁ କିପରି ନିଜ ଘର ସମ୍ମୁଖରୁ ରାସ୍ତାରୁ ଝାମ୍ପିନେଲେ ଦୁଇଜଣ ଦୁର୍ବୃତ୍ତ। ଥାନାରେ ଏତଲା ସହ ସିସିଟିଭି ଫୁଟେଜ ମଧ୍ୟ ଦିଆଯାଇଛି। କିନ୍ତୁ ଲୁଟେରାଙ୍କ ପାଖରେ ଏପର୍ଯ୍ୟନ୍ତ ପୋଲିସ ପହଁଚି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.