ପୁଣି ରାଜଧାନୀରେ ବୁଲିଲା ଖଣ୍ଡା, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ହାଣିଲେ
ଆଜି ସନ୍ଧ୍ୟା ସମୟରେ କଳ୍ପନା ଛକ ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ ହୋଇଥିଲା। ଗାଡିରେ ପେଟ୍ରୋଲ ପକାଇବାକୁ ନେଇ ପ୍ରଥମେ ଚୁକ୍ତିତର୍କ ପରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ। ୩ ଜଣ ଯୁବକ ଖଣ୍ଡାରେ ହାଣିଛନ୍ତି
ଭୁବନେଶ୍ବର(କେନ୍ୟୁଜ୍): କିଛି ଦିନର ନିରବତା ପରେ ପୁଣି ରାଜଧାନୀରେ ବୁଲିଲା ଖଣ୍ଡା। ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ।ଆଜି ସନ୍ଧ୍ୟା ସମୟରେ କଳ୍ପନା ଛକ ପେଟ୍ରୋଲ ପମ୍ପରେ ଗଣ୍ଡଗୋଳ ହୋଇଥିଲା।
ଗାଡିରେ ପେଟ୍ରୋଲ ପକାଇବାକୁ ନେଇ ପ୍ରଥମେ ଚୁକ୍ତିତର୍କ ପରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ। ୩ ଜଣ ଯୁବକ ଖଣ୍ଡାରେ ହାଣି କିଛି ଯୁବକଙ୍କ ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।