ଏସସିବି ମେଡିକାଲ କଲେଜରୁ ଶିଶୁ ବିଭାଗ ସ୍ଥାନାନ୍ତର ପ୍ରସଙ୍ଗ, ସରକାରଙ୍କୁ ସତ୍ୟପାଠ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଆବେଦନକାରୀ କହ୍ନେଇଲାଲ ଶର୍ମାଙ୍କ ମାମଲାରେ ଅଦାଲତ ଶୁଣାଣି କରି ଏହି ନିର୍ଦେଶ ଦେଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୦କୁ ଧାର୍ଯ୍ୟ କରିଛନ୍ତି। ୨୦୧୨ରେ ଏସସିବି ମେଡିକାଲରୁ ଶିଶୁରୋଗ ବିଭାଗକୁ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା।

କଟକ(କେନ୍ୟୁଜ୍): ଏସସିବି ମେଡିକାଲ କଲେଜରୁ ଶିଶୁ ବିଭାଗ ସ୍ଥାନାନ୍ତର ନେଇ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରି ଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପୁଣି ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ କହ୍ନେଇଲାଲ ଶର୍ମାଙ୍କ ମାମଲାରେ ଅଦାଲତ ଶୁଣାଣି କରି ଏହି ନିର୍ଦେଶ ଦେଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୦କୁ ଧାର୍ଯ୍ୟ କରିଛନ୍ତି। ୨୦୧୨ରେ ଏସସିବି ମେଡିକାଲରୁ ଶିଶୁରୋଗ ବିଭାଗକୁ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା।

ଗୋଟିଏ କଲେଜ କ୍ୟାମସରେ ସବୁ ବିଭାଗ ରହିବା ପାଇଁ ନିୟମ ରହିଥିବାବେଳେ ରାଜ୍ୟ ସରକାର ଏହାକୁ ଶିଶୁ ଭବନକୁ ସ୍ଥାନାନ୍ତର କରିଥିଲେ। ଏହା ଆଇନ ବିରୋଧୀ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।ଏସସିବି ମେଡିକାଲକୁ ଆସୁଥିବା ଶହ ଶହ ଶିଶୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଦଲତକୁ ଅବଗତ କରଯାଇଥିଲା। କୋର୍ଟ ଏହି ମାମଲାରେ ଶୁଣାଣି କରି ଗୋଟିଏ ୟୁନିଟ ରଖିବା ପାଇଁ ନିର୍ଦେଶ ଦେଇଥିଲେ, ଫଳରେ ଏସସିବିରେ ୩୦ ଶଯ୍ୟା କାର୍ଯ୍ୟ କରୁଥିଲା। ତେବେ ସମୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଅଦାଲତକୁ ଦର୍ଶାଇଥିଲେ ଆବେଦନକାରୀ। ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି ବର୍ତ୍ତମାନ ସ୍ଥିତି କଣ ରହିଛି ଜଣାଇବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.