ଟ୍ରକରୁ ବ୍ଯାଟେରୀ ଚୋରି ଉଦ୍ଯମ ହେଲା ପଣ୍ଡ, ରାଗରେ ହେଲପରଙ୍କ ହାତ ହାଣି ଦେଲେ ଦୁର୍ବୃତ୍ତ

ନିଆଳ: ଯୁବକଙ୍କ ହାତ ହାଣି ଲୁଟ୍ ଉଦ୍ୟମ । ବାଲିଅନ୍ତା ଥାନା ଅଧିନ ପାହାଳ ଫାଣ୍ଡି ଅନ୍ତର୍ଗତ ପାହାଳ ବଜାର ଠାରେ ଘଟିଛି ଏଭଳି ଅଘଟଣ । ରାସ୍ତା କଡରେ ପାର୍କିଂ ହୋଇଥିବା ଏକ ଟ୍ରକରୁ ବ୍ଯାଟେରୀ ଚୋରି ଉଦ୍ୟମ କରୁଥିଲେ ଲୁଟେରା । ଠିକ୍ ସେହି ସମୟରେ ହଠାତ୍ ଟ୍ରକ ହେଲପରଙ୍କ ନିଦ ଭାଙ୍ଗିଯାଇଥିଲା । ଯାହାଫଳରେ ଦୁର୍ବୃତ୍ତ ମାନେ ମାରଣାସ୍ତ୍ରରେ ହେଲପରଙ୍କୁ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଆକ୍ରମଣରେ ହେଲପରଙ୍କ ହାତ ଆଙ୍ଗୁଳି କଟି ଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତି ପ୍ରାୟ ୨.୩୦ ସମୟରେ ଏହି ଘଟଣା ଘଟିଥିବା ବେଳେ ଖବରପାଇ ଘଟଣାସ୍ଥଳରେ ପାହାଳ ଫାଣ୍ଡି ପୋଲିସ ପହଞ୍ଚି ଆକ୍ରମଣରେ ଆହାତ ହେଲପରଙ୍କୁ ମହିଧରପଡା ମେଡିକାଲକୁ ନେଇ ଚିକିତ୍ସା କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.