Below header

କୋରାପୁଟ: ଚା’ ଦୋକାନୀକୁ ଅପହରଣ କରି ପେଟ୍ରୋଲରେ ପୋଡିମାରିବାକୁ ଉଦ୍ୟମ କଲେ ଦୁର୍ବୁତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହେଲେ ଭର୍ତ୍ତି

କୋରାପୁଟ(କେନ୍ୟୁଜ୍): ବ୍ୟବସାୟୀକୁ ଅପହରଣ କରି ଦେହରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ  ବ୍ୟବସାୟୀଙ୍କୁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ଶରୀରର ବିଭନ୍ନ ସ୍ଥାନ ପୋଡିଯାଇଥିବାରୁ ଗୁରୁତର ହୋଇ ପଡିଛନ୍ତି ବ୍ୟବସାୟୀ ଜଣକ।  ଗୁରୁତର ବ୍ୟବସାୟୀ ଜଣକ ହେଲେ କୋରାପୁଟ ମେଡିକାଲ ପରିସରରେ ଚା ଦୋକାନ କରି ଚଳୁଥୁବା ଟୁକୁ  ପଣ୍ଡା।

ଗତ ୧୭ ତାରିଖ ରାତିରେ କୋରାପୁଟ-ଜୟପୁର ରାସ୍ତାର କଫି ନର୍ସରୀ ନିକଟରୁ  ଟୁକୁଙ୍କୁ ଅପହରଣ କରିନେଇ ଯାଇଥିବାର  ଅଭିଯୋଗ ହୋଇଥିଲା। ସୁନାବେଡା ହାଟ ପଦା ନିକଟରେ ଦେହରେ ପେଟ୍ରୋଲ ଢାଳି ଦୁର୍ବୃତ୍ତମାନେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ  କୋରାପୁଟ ସଦର ଥାନା ପୋଲିସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.