ଭଦ୍ରକରେ କୋଇଲା ମାଫିଆଙ୍କ ଦାଦାଗିରି: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜାଳିଦେଲେ କାର୍

ଭଦ୍ରକ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜାଳିଲେ କାର୍‌। କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ହୁଣ୍ଡାଇ କାରକୁ ଜାଳିଦେଲେ ଦୁର୍ବୃତ୍ତ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ପରିବିନ୍ଧା ମାରପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

burning carଗତକାଲି ବିଳମ୍ବିତ ରାତିରେ କୋଇଲା ମାଫିଆ ଗାଁର ପ୍ରତାପ ବେହେରା ନାମକ ଜଣେ ବ୍ୟକ୍ତିଙ୍କ କାରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଧାମରା ରେଳପଥ ଦେଇ ଯାଉଥିବା ଚଳନ୍ତା ଟ୍ରେନ୍‌ରୁ କୋଇଲା ଚୋରି କରି ମାଲାମାଲ ହେଉଛନ୍ତି ମାଫିଆ । ଏନେଇ ଆର୍‌ପିଏଫ୍‌ ପୋଲିସକୁ ପ୍ରତାପ ଖବର ଦେଇଥିଲେ । ଏହି ରାଗ ରଖି ପ୍ରତାପଙ୍କ ଗାଡିକୁ ଦୁର୍ବୃତ୍ତ ପୋଡି ଦେଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.