ବନ୍ୟା ପାଣିରେ ଧୋଇଗଲା ପୋଲ, ବ୍ରହ୍ମପୁର-ବଡ଼ଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ବ୍ରହ୍ମପୁର: ରାସ୍ତା ଉପରେ ୪ଫୁଟର ପାଣି । ବ୍ରହ୍ମପୁର-ବଡ଼ଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ। ବଡଗଡ ନିକଟ ଯରଉ ନଦୀରେ ଜଳସ୍ତର ବଢିବା ଫଳରେ ବନ୍ୟା ପାଣିରେ ଧୋଇଯାଇଛି ପୋଲ । ଫଳରେ ଗଞ୍ଜାମ ବଡଗଡରୁ ବ୍ରହ୍ମପୁରକୁ ଯାଇଥିବା ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି ।

ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ଥିବା ବେଳେ ସିଦ୍ଧପୁର, ଲେମ୍ବାକୁମ୍ଫା, ଗାଙ୍ଗପୁର ତଳସାହି ଭଳି ୧୦ଖଣ୍ଡ ଗାଁରେ ପାଣି ପଶିବା ଆଶଙ୍କା ରହିଛି । ଗୌଡଗୋଠ, ବରୋଦା,ଲୋକାମାରୀ, ଏକଲପୁର, ବଡଗଡ ଗାଁ ଲୋକଙ୍କ ପାଇଁ ବ୍ରହ୍ମପୁରକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.