ଘରେ ଘରେ ଟ୍ୟାପ୍‌ ଯୋଗେ ପହଞ୍ଚିବ ବିଶୁଦ୍ଧ ପାଣି: ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନ ଅନ୍ତର୍ଗତ ସୁଜଳ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଘରେ ଘରେ ଟ୍ୟାପ୍‌ ଯୋଗେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ମିଶନ ଅନ୍ତର୍ଗତ ସୁଜଳ ଯୋଜନାର ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମ୍‌ବାଡସି ଓ ରାଜ୍ୟ ପାଣ୍ଠିରୁ ୧୩୦୦କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୧୫ଟି ସହରରେ ଟ୍ୟାପ୍‌ ଯୋଗେ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏହାଦ୍ୱା ୧୫ଲକ୍ଷ ଲୋକ ଉପକୃତ ହେବେ ।

ଭୁବନେଶ୍ୱର ଓ ପୁରୀର ୧୨ଟି ସ୍ଥାନରେ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲୋକାର୍ପିତ ହୋଇଛି । ଏହା ଦ୍ୱାରା ଭୁବନେଶ୍ୱର ଓ ପୁରୀର ୧ ଲକ୍ଷ ୮ ହଜାର ଲୋକ ଉପକୃତ ହୋଇପାରିପେ । ଏହା ସହ ଭୁବନେଶ୍ୱର, ପୁରୀ, ରାଉରକେଲା, ବ୍ରହ୍ମପୁର ଠାରେ ୩ଲକ୍ଷ ଘରେ ପାନୀୟ ଜଳ ମିଟର ସଂଯୋଗ କରାଯିବ । ଫଳରେ ୨୨ ଲକ୍ଷ ଲୋକ ସୁଜଳର ସୁବିଧା ପାଇପାରିବେ ।

ଭୁବନେଶ୍ୱର, ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ଶତ ପ୍ରତିଶତ ଘରେ ପାନୀୟ ଜଳ ସଂଯୋଗ ଓ ଯୋଗାଣ ସଂପୂର୍ଣ୍ଣ ହୋଇଛି । ଲୋକଙ୍କ ଅଭିଯୋଗ ନିବାରଣ ପାଇଁ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ରହିବ । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସହାୟତା ଟିମ୍‌ ଗଠିତ ହୋଇଛି । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ ଜଟଣୀରେ ୨୧୮ଟି ଜନସାଥୀଙ୍କ ନିଯୁକ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.