ଫେଷ୍ଟିଭ୍‌ ସିଜନରେ ଘରକୁ ଆଣନ୍ତୁ ନୂଆ ଜିନିଷ, Heroର ଏହି ସ୍କୁଟରରେ ମିଳୁଛି ଆକର୍ଷଣୀୟ ଡିସକାଉଣ୍ଟ

ଏହି ଫେଷ୍ଟିଭ ସିଜନରେ Hero Electric ନିଜର ଇଲେକଟ୍ରିକ ଭେଇକିଲର ବିକ୍ରିକୁ ଆହୁରି ଆକର୍ଷଣୀୟ କରିବ। ନିଜର ଇଲେକଟ୍ରିକ ସ୍କୁଟର ଏବଂ ବାଇକ ବିକ୍ରିର ଚାହିଦା ବଢ଼ାଇବା ପାଇଁ ହିରୋ ଆଣୁଛି ଆକର୍ଷକ ଅଫର। କମ୍ପାନୀ ନିଜର ଇଲେକଟ୍ରିକ ସ୍କୁଟରର ପ୍ରାରମ୍ଭିକ ରେଞ୍ଜ Hero Flash LX VRLAକୁ କ୍ରୟ କରିବାରେ ସାନାଦାର ଅଫର ଦେଉଛି। ଯଦି ଆପଣ ଏହି ଇଲେକଟ୍ରିକ ସ୍କୁଟରକୁ କିଣିବା ପାଇଁ ପ୍ଲାନ କରୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଏକଦମ୍‌ ସୁବର୍ଣ୍ଣ ସୁଯୋଗ। ଆସନ୍ତୁ ଜାଣିବା ଏହି ସ୍କୁଟର ଉପରେ ମିଳୁଥିବା ଆକର୍ଷଣୀୟ ଅଫର ବିଷୟରେ।

ଅଫର ଏବଂ ଦାମ

ଦାମ୍‌ ବିଷୟରେ କହିବା ତ Hero Flash LX VRLAର ପ୍ରାରମ୍ଭିକ ଅନ-ରୋଡ ଦାମ ୪୨୬୪୦ ଟଙ୍କା। ଅଫର ବିଷୟରେ କହିବା ତ ହିରୋ ଇଲେକଟ୍ରିକ ବର୍ତ୍ତମାନ ନିଜ ସ୍କୁଟର କ୍ରୟ ଉପରେ ବହୁତ ବଢ଼ିଆ ଅଫର ଦେଇଛି। ଏହି ଇଲେକଟ୍ରିକ ସ୍କୁଟରକୁ କିଣିବା ଦ୍ୱାରା ୫,୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ଦିଆଯାଉଛି। ସେହିପରି ଏହି ସ୍କୁଟର ସହିତ ୦ ପ୍ରତିଶତ ସୁଧ ଦରରେ ସ୍କିମ ମଧ୍ୟ ଦିଆଯାଉଛି। କମ୍ପାନୀ ଏବେ ଏହି ସ୍କୁଟର କ୍ରୟ ଉପରେ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବାର ମଉକା ଦେଉଛି।

ପାଓ୍ଵାର ଏବଂ ସ୍ପେସିଫିକେସନ

ପାଓ୍ଵାର ଏବଂ ସ୍ପେସିଫିକେସନ ବିଷୟରେ କହିବା ତ Hero Flash LX VRLAରେ 250Wର BLDC ହବ ମୋଟର ରହିଛି, ଯେଉଁଥିରେ ପାଓ୍ଵାର ଦେବା ପାଇଁ 48V|28AH ବ୍ୟାଟେରୀ ଦିଆଯାଇଛି। ରେଞ୍ଜ କଥା କହିବା ତ Hero Flash LX VRLAର ରେଞ୍ଜ ୫୦ କିମି ରହିଛି। ଅର୍ଥାତ ଏହି ସ୍କୁଟର ମାତ୍ର ଥରକେ ଚାର୍ଜରେ ୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାତ୍ରା କରିପାରିବେ।

ଫିଚର୍ସ

ଫିଚର୍ସ ବିଷୟରେ କହିବା ତ Hero Flash LX VRLAରେ ଡିଜିଟାଲ ସ୍ପିଡୋମିଟର, ଟେଲିସ୍କୋପିକ ସସପେନସନ, ମ୍ୟାଗ ଅଲୟ ହ୍ଵିଲ, ଏଲଇଡି ହ୍ୟାଣ୍ଡଲ୍ୟାମ୍ପ, କମ୍ଫର୍ଟବେଲ ସିଟିଙ୍ଗ୍‌ ଏବଂ କ୍ରାସ ଗାର୍ଡ ଭଳି ଫିଚର୍ସ ରହିଛି। ସେହିପରି ଡାଇମେନସନ ମାମଲାରେ ଏହି ସ୍କୁଟରର ଓଜନ ୮୭ କିଲୋ, ଗ୍ରାଉଣ୍ଡ ୧୬୫ mm,  16×3 ହ୍ଵିଲ ସାଇଜ ରହିଛି। ସବୁଠାରୁ ଖାସ୍‌ କଥା ହେଉଛି ଏହି ଇଲେକଟ୍ରିକ ସ୍କୁଟରକୁ କିଣିବା ପାଇଁ ନା ତ ଲାଇସେନ୍ସ ଦରକାର ପଡିବ ନା କୌଣସି ପଞ୍ଜୀକରଣ କରିବାର ଆବଶ୍ୟକତା ପଡିବ।  ଚାର୍ଜିଂ ବିଷୟରେ କହିବା ତ ଏହି ଇଲେକଟ୍ରିକ ସ୍କୁଟର ଫୁଲ ଚାର୍ଜ ହେବା ପାଇଁ ୮ ଘଣ୍ଟା ସମୟ ନେଇଥାଏ। ସେହିପରି ସ୍ପୀଡ ବିଷୟରେ କହିବା ତ ଏହି ସ୍କୁଟର ୨୫ କିଲୋମିଟର ପ୍ରତି ଘଣ୍ଟା ସ୍ପୀଡ ଅତିକ୍ରମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.