Below header

ରେଡ ମି ଏବଂ ରିଅଲ ମିକୁ ଟକ୍କର ଦେବା ପାଇଁ ଆସିଲା Snokor iRocker Gods ଇଅରବଡସ୍‌, ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସର ନୂଆ ଅଡିଓ ବ୍ରାଣ୍ଡ Snokor ଭାରତୀୟ ମାର୍କେଟରେ ୱେୟାରଲେସ୍ ଇୟରଫୋନର ନୂଆ ସିରିଜ iRocker ଲଞ୍ଚ କରିଛି। କମ୍ପାନୀ iRocker Gods ନାଁରେ ଏକ ଇୟରପଡ୍ ଲଞ୍ଚ୍ କରିଛି। iRocker Gods ଦେଖିବାକୁ ଆପଲର ଇୟରପଡ୍ ଭଳି ହୋଇଛି । ଏହାର ଚାର୍ଜିଂ କେସର ଡିଜାଇନ୍ ମଧ୍ୟ ଆପଲ୍ ଇୟରପଡ୍ ଭଳି ହୋଇଛି। iRocker ସିରିଜର ଏହା ଦ୍ୱିତୀୟ ଇୟରପଡ୍। ଏହା ପୂର୍ବରୁ କମ୍ପାନୀ iRocker Stix ଆଣିଥିଲା ।

କମ୍ପାନୀ ନିଜର ଏହି ଟ୍ରୁ ୱେୟାରଲେସ ଇୟରପଡ୍ iRocker Godsର ଦାମ୍ ୧୯୯୯ ଟଙ୍କା ରଖିଛି । ୧୫ ଅକ୍ଟୋବରରୁ ଏହାର ବିକ୍ରି ଫ୍ଲିପକାର୍ଟରେ ହେବ । ଏହାର ମୁକାବିଲା ସାଓମିର Redmi 2C ସହିତ ହେବ, ଯାହାର ଦାମ୍ ୧୨୯୯ ।

snokker

ଫିଚର୍ସ :

iRocker Godsରେ ୧୩ mmର ଡାଇନୋମିକ୍ ଡ୍ରାଇଭର ବ୍ୟବହାର କରାଯାଇଛି ଯେଉଁଥିରେ ଦମଦାର୍ ବାସ୍ ଆସିବ । ପ୍ରତି ବଡ୍ସର ଓଜନ ୪.୨ ଗ୍ରାମ । କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍ ୫.୦ର ସପୋର୍ଟ ଦିଆଯାଇଛି । ସ୍ୱେଟ୍ ଓ ୱାଟରପ୍ରୁଫ୍ ପାଇଁ ଏହାକୁ IPX5ର ରେଟିଂ ମିଳିଛି । ଏଥିରେ ଆପଲ ସିରି ଓ ଗୁଗଲ ଆସିଷ୍ଟାଣ୍ଟର ମଧ୍ୟ ସପୋର୍ଟ ଦିଆଯାଇଛି। ପ୍ରତି ବଡ୍ସରେ ୩୫ mAhର ବ୍ୟାଟେରୀ ଦିଆଯାଇଛି ଯାହା ୪ ଘଣ୍ଟାର ପ୍ଲେବ୍ୟାକ୍ ଦେବ ବୋଲି କୁହାଯାଉଛି । ଏହାସହ କେସରେ ୫୦୦ mAh ବ୍ୟାଟେରୀ ରହିଛି ଯାହା ୧୮ ଘଣ୍ଟାର ବ୍ୟାକଅପ୍ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.