SBI ର ଅନ୍‌ଲାଇନ୍‌ ବ୍ୟାଙ୍କିଂ ସର୍ଭିସ ଠପ୍‌, ଟ୍ଵିଟ୍‌ କରି ସୂଚନା ଦେଲା ବ୍ୟାଙ୍କ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅନ୍‌ଲାଇନ୍‌ ବ୍ୟାଙ୍କିଂ ସର୍ଭିସ ଅକ୍ଟୋବର ୧୩ ବା ଆଜି ବନ୍ଦ ହୋଇଛି। ଏନେଇ ବ୍ୟାଙ୍କ ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ତେବେ ବ୍ୟାଙ୍କ ଏଟିଏମ୍‌ ଓ ପଏଣ୍ଟ ଅଫ୍‌ ସେଲ୍ସ କାମ କରୁଛି। ଅର୍ଥାତ୍‌ ଆପଣ ଏଟିଏମ୍‌ରୁ ଟଙ୍କା ବାହାର କରିପାରିବେ ଓ କାର୍ଡର ସପିଂ କରିପାରିବେ।

ଏସ୍‌ବିଆଇ ତରଫରୁ ଟ୍ଵିଟ୍‌ କରି ଗ୍ରାହକଙ୍କୁ କୁହାଯାଇଛି ଏହି ଅସୁବିଧା ପାଇଁ ସେମାନେ ଦୁଃଖିତ ଓ ଗ୍ରାହକ ଟିକେ ସହଯୋଗ କରନ୍ତୁ। ଖୁବ୍‌ଶୀଘ୍ର ପୂର୍ବପରି ସେବା ଯୋଗାଇ ଦିଆଯିବ। ବ୍ୟାଙ୍କ ତରଫରୁ କୁହାଯାଇଛି କନେକ୍ଟିଭିଟି ଇସ୍ୟୁ ଯୋଗୁ ଗ୍ରାହକଙ୍କୁ ଅନ୍‌ଲାଇନ୍‌ ବ୍ୟାଙ୍କିଂ ସର୍ଭିସେସ୍‌କୁ ବ୍ୟବହାର କରିବାରେ ସମସ୍ୟା ସୃଷ୍ଟି ହୋଇପାରେ।


ବ୍ୟାଙ୍କ ତରଫରୁ କୁହାଯାଇଛି ଏହି ସେବାକୁ ମଧ୍ୟାହ୍ନ ପୂର୍ବରୁ ଠିକ୍‌ କରିଦିଆଯିବ। କିଛି ଗ୍ରାହକ ଏହି ସମସ୍ୟା ସମ୍ପର୍କରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ରେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏସ୍‌ବିଆଇ ୟୋନୋ ଆପ୍‌ ମାଧ୍ୟମରେ ବି ଗ୍ରାହକ ନିଜ ଖାତା ବ୍ୟବହାର କରିବାକୁ ଅସମର୍ଥ ହେଉଛନ୍ତି।

ତେବେ ଏନେଇ ଜଣେ ଗ୍ରାହକ ଟ୍ଵିଟ୍‌ କରି କହିଛନ୍ତି ସେବା ବନ୍ଦ ହେବା ନେଇ ଏସ୍‌ବିଆଇ ଟ୍ଵିଟ୍‌ କରିବା ପରିବର୍ତ୍ତେ ଗ୍ରାହକଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ଦେବା ଆବଶ୍ୟକ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.