Below header

ଦିବ୍ୟାଙ୍ଗ ଭାଇକୁ ନିଶାଗ୍ରସ୍ତ କରି ଭଉଣୀକୁ ଅପହରଣ ଅଭିଯୋଗ: ମାସେ ହେଲା ପୋଲିସ୍‌ ପାଉନି ପତ୍ତା

ଥଣ୍ଡା ପାନୀୟରେ ନିଶା ମିଶାଇ ଭାଇକୁ ପିଆଇ ଦେଲା । ଆଉ ତାପରେ ଭଉଣୀକୁ ଜବରଦସ୍ତ ଅପହରଣ କରି ନେଇଛି ଜଣେ ଯୁବକ । ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଏଭଳି ଅଭିଯୋଗ ହୋଇଛି । ଅଭିଯୋଗକୁ ପାଖାପାଖି ମାସେ ପୂରିବାକୁ ବସିଲାଣି ହେଲେ ପୋଲିସ ଏପର୍ଯ୍ୟନ୍ତ ନାବାଳିକା ଭଉଣୀକୁ ଉଦ୍ଧାର କରି ପାରିନାହିଁ ।

ଭଦ୍ରକ (କେନ୍ୟୁଜ): ଥଣ୍ଡା ପାନୀୟରେ ନିଶା ମିଶାଇ ଭାଇକୁ ପିଆଇ ଦେଲା । ଆଉ ତାପରେ ଭଉଣୀକୁ ଜବରଦସ୍ତ ଅପହରଣ କରି ନେଇଛି ଜଣେ ଯୁବକ । ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଏଭଳି ଅଭିଯୋଗ ହୋଇଛି । ଅଭିଯୋଗକୁ ପାଖାପାଖି ମାସେ ପୂରିବାକୁ ବସିଲାଣି ହେଲେ ପୋଲିସ ଏପର୍ଯ୍ୟନ୍ତ ନାବାଳିକା ଭଉଣୀକୁ ଉଦ୍ଧାର କରି ପାରିନାହିଁ । ନାବାଳିକାର ମାଆ ନମିତା ମହାଳିକ ବାଂଶଡା ଥାନାରେ ଅଭିଯୋଗ କରିଛନ୍ତି ।

ଗତ ମାସ ୧୩ ତାରିଖ ରାତିରେ ଛେଡାକ ଗାଁର ଦୁଖୁନା ରାଉତ ନାମକ ଜଣେ ବିବାହିତ ଯୁବକ ଆସି ନାବଳିକାର ଭିନ୍ନକ୍ଷମ ଭାଇକୁ ଥଣ୍ଡା ପାନୀୟରେ ମଦ ମିଶାଇ ପିଇବାକୁ ଦେଇଥିଲା । ସେ ନିଶାଗ୍ରସ୍ତ ହୋଇଯିବା ପରେ ତାର ନାବାଳିକାକୁ ଭଉଣୀକୁ ଅପହରଣ କରି ନେଇଥିଲା ଦୁଖୁନା । ଏହି ସମୟରେ ଘରେ ନାବାଳିକାର ମାଆ ଅନୁପସ୍ଥିତ ଥିଲା । ମାଆ ଘରକୁ ଫେରିବା ପରେ ପୁଅ ଠାରୁ ସବୁ କଥା ଶୁଣି ବାଂଶଡା ଥାନାରେ ଅଭିଯୋଗ କରିଥିଲେ । ତେବେ ଏ ଘଟଣାରେ ଏକ ଅପହରଣ ମାମଲା ରୁଜୁ ହୋଇଛି । ଦୋଷୀକୁ ଧରିବାକୁ ଉଦ୍ୟମ ଜାରି ରହିଛି । ଖୁବ ଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଚାନ୍ଦବାଲି ଏସଡିପିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.