Below header

ଏସିଆ କପ୍‌ ୨୦୨୩ : ପାକିସ୍ତାନ ଯିବନି ଟିମ୍‌ ଇଣ୍ଡିଆ, ଶ୍ରୀଲଙ୍କାରେ ହେବ ଭାରତ-ପାକ୍‌ ମ୍ୟାଚ୍‌

ଏସିଆ କପ୍‌ରେ ହେବନି କୌଣସି ପରିବର୍ତ୍ତନ । ଟିମ୍‌ ଇଣ୍ଡିଆ ଖେଳିବା ପାଇଁ ଯିବନି ପାକିସ୍ତାନ । ଭାରତ-ପାକ୍‌ ମ୍ୟାଚ୍‌ ଶ୍ରୀଲଙ୍କାରେ ହେବ ବୋଲି ବିସିସିଆଇ ସଚିବ ଜୟ ଶାହା ଏବଂ ପସିବି ପ୍ରମୁଖ ଜକା ଅଶରଫଙ୍କ ମଧ୍ୟରେ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏସିଆ କପ୍‌ ୨୦୨୩ ଶ୍ରୀଲଙ୍କାରେ ଖେଳାଯିବ । ବିସିସିଆଇ ସଚିବ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡର ପ୍ରମୁଖ ଜକା ଅଶରଫ ମଧ୍ୟରେ କଥାବାର୍ତ୍ତା ହେବା ପରେ ଏଭଳି ନିଷ୍ପତ୍ତି ହୋଇଛି । ହାଇବ୍ରିଡ ମଡେଲରେ ଅଧିନରେ ଖେଳାଯିବାକୁ ଥିବା ଏସିଆ କପ୍‌ର ଆୟୋଜନ କରିବାର ଅଧିକାର ପାକିସ୍ତାନରେ ରହିଛି । କିନ୍ତୁ ପାକିସ୍ତାନରେ କେବଳ ୪ଟି ମ୍ୟାଚ୍‌ ହେବ ଆଉ ଅନ୍ୟ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ ।

ଡରବନରେ ଆଇସିସି ବୋର୍ଡ ବୈଠକ ପୂର୍ବରୁ ଜୟ ଶାହା ଏବଂ ଜକା ଅଶରଫ ମଧ୍ୟରେ ଏସିଆ କପ୍‌ ସିଡ୍ୟୁଲ ଫାଇନାଲ କରିବା ପାଇଁ ଏକ ଅନୌପଚାରିକ ମିଟିଂ ଥିଲା । ଏହାକୁ ନେଇ ଆଇପିଏଲ ଚେୟାରମ୍ୟାନ୍‌ ଅରୁଣ ଧୁମଲ କହିଛନ୍ତି, ଜୟ ଶାହା ଏବଂ ପିସିବି ମୁଖ୍ୟଙ୍କ ମଧ୍ୟରେ ସାକ୍ଷାତ ହୋଇ ଏସିଆ କପ୍‌ ସିଡ୍ୟୁଲକୁ ନେଇ ଚର୍ଚ୍ଚା ହୋଇଥିଲା ।

ଅରୁଣ ଧୁମଲ କହିଛନ୍ତି, ଭାରତୀୟ ଟିମ୍‌ ଆଗାମୀ ଏସିଆ କପରେ ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ । ଏସିଆ କପ୍‌ ୨୦୨୩ରେ ଲିଗ ପର୍ଯ୍ୟାୟରେ ୪ଟି ମ୍ୟାଚ୍‌ ପାକିସ୍ତାନରେ ହେବ । ଏହାପରେ ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ । ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ୨ଟି ମ୍ୟାଚ୍‌ ମଧ୍ୟ ଶ୍ରୀଲଙ୍କାରେ ହେବ । ଯଦି ଟିମ୍‌ ଫାଇନାଲରେ ପହଞ୍ଚେ ତେବେ ଶ୍ରୀଲଙ୍କାରେ ତୃତୀୟ ମ୍ୟାଚ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.