UPI ପେମେଣ୍ଟ ସପୋର୍ଟ ସହ ଲଞ୍ଚ ହେଲା ନୋକିଆର ଫିଚର ଫୋନ ,କମ ଦାମରେ ପାଇବେ ଦମଦାର ସ୍ପେସିଫିକେସ

ନୋକିଆ ଭାରତରେ ଦୁଇଟି ନୂଆ ଫିଚର ଫୋନ୍ ଲଞ୍ଚ କରିଛି । ଲଞ୍ଚ ହୋଇଥିବା ନୂଆ ଫୋନ ହେଉଛି- ନୋକିଆ 110 4G (2023) ଏବଂ ନୋକିଆ 110 2G (2023)। ଭଲ ବ୍ୟାଟେରୀ ଲାଇଫ , କମ୍ପାକ୍ଟ ଡିଜାଇନ୍ ସହିତ UPI ପେମେଣ୍ଟ ସପୋର୍ଟର ସୁବିଧା ରହିଛି ।

ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟଫୋନର ବ୍ୟବହାର ଅଧିକ ହେଉଥିବାରୁ ଫିଚର ଫୋନମାନଙ୍କ ଚାହିଦା କମ ହୋଇଯାଇଛି । ତେବେ ନୋକିଆ ମ୍ୟାଜିକ୍ ମ୍ୟାକ୍ସର ଗୁଜବ ମଧ୍ୟରେ ନୋକିଆ ବ୍ରାଣ୍ଡେଡ୍ ମୋବାଇଲ୍ ଫୋନ୍ ପଛରେ ଥିବା କମ୍ପାନୀ HMD ଗ୍ଲୋବାଲ୍, ଭାରତରେ ଦୁଇଟି ନୂଆ ଫିଚର ଫୋନ୍ ଲଞ୍ଚ କରିଛି । ଲଞ୍ଚ ହୋଇଥିବା ନୂଆ ଫୋନ ହେଉଛି- ନୋକିଆ 110 4G (2023) ଏବଂ ନୋକିଆ 110 2G (2023)। ୨୦୨୧ରେ ଲଞ୍ଚ ହୋଇଥିବା ନୋକିଆ 110 4G ମଡେଲର ଅପଗ୍ରେଡ୍ ଭାବେ ଏହି ଫୋନ୍ ଲଞ୍ଚ ହୋଇଛି । ନୂଆ ନୋକିଆ 110 4G ଏବଂ ନୋକିଆ 110 2G ଫିଚରରେ ଭଲ ବ୍ୟାଟେରୀ ଲାଇଫ , କମ୍ପାକ୍ଟ ଡିଜାଇନ୍ ସହିତ UPI ପେମେଣ୍ଟ ସପୋର୍ଟର ସୁବିଧା ରହିଛି । ଉଭୟ ହ୍ୟାଣ୍ଡସେଟରେ ମାଇକ୍ରୋ ଏସ୍‌ଡି କାର୍ଡ ସପୋର୍ଟ ସହ 3.5 mm ଅଡିଓ ଜ୍ୟାକ୍ ଏବଂ ଗୋଟିଏ QVGA ରିଅର ଫ୍ୟାସିଙ୍ଗ କ୍ୟାମେରା ରହିଛି ।

ତେବେ ନୋକିଆ 110 4G ରେ କଣ ସ୍ପେିସଫିକେସନ ରହିଛି ଆସନ୍ତୁ ଜାଣିବା ।
ନୋକିଆ 110 4G ରେ QQVGA ରେଜୋଲ୍ୟୁସନ ସହିତ 1.8 ଇଞ୍ଚର ଡିସ୍‌ପ୍ଲେ ରହିଛି । ଏହା S30 + ବେସ୍‌ଡ ସଫ୍ଟୱେରରେ ଚାଲିଥାଏ ଏବଂ ଏଥିରେ ଏକ QVGA ରିଅର ଫ୍ୟାସିଙ୍ଗ କ୍ୟାମେରା ରହିଛି । କନେକ୍ଟିଭିଟି ଅପ୍ସନରେ ବ୍ଲୁଟୁଥ୍ v5.0, 3.5 mm ଅଡିଓ ଜ୍ୟାକ୍, ମାଇକ୍ରୋ- USB 2.0 ପୋର୍ଟ ଏବଂ 2G, 3G, ଏବଂ 4G ନେଟୱର୍କ ସାମିଲ ରହିଛି ।
ଫୋନ୍ ଡୁଆଲ୍ ସିମ୍ କାର୍ଡକୁ ସପୋର୍ଟ କରେ ଏବଂ ମାଇକ୍ରୋ SD କାର୍ଡ ସହିତ 32 ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ର ସୁବିଧା ରହିଛି । ଏହା ପାଣି ଏବଂ ଧୂଳି ଠାରୁ ସୁରକ୍ଷା ପାଇଁ IP52 ରେଟିଂ ସହିତ ଆସୁଛି । ଏହା ମିଡନାଇଟ୍ ବ୍ଲୁ ଏବଂ ଆର୍କଟିକ୍ ପର୍ପଲ କଲରରେ ଉପଲବ୍ଧ ହେଉଛି । ଏହା 450mAh ବ୍ୟାଟେରୀ ସହ ୧୨ ଦିନ ପର୍ଯ୍ୟନ୍ତ ଚାଲିଥାଏ ।

ନୋକିଆ 110 2G ର ଫିଚର କଣ ରହିଛି ଆସନ୍ତୁ ଜାଣିବା ।
ନୋକିଆ 110 2G QQVGA ରେଜୋଲ୍ୟୁସନ ସହିତ 1.8-ଇଞ୍ଚ ଡିସପ୍ଲେ ସହ ଆସୁଛି । ଏହା S30 + ବେସ୍‌ଡ ସଫ୍ଟୱେୟାରରେ ଚାଲିଥାଏ ଏବଂ ଏଥିରେ ଏକ QVGA ରିଅର ଫ୍ୟାସିଙ୍ଗ କ୍ୟାମେରା ରହିଛି । ଏହା 2G, GSM 900/1800 ନେଟୱାର୍କ ବ୍ୟାଣ୍ଡକୁ ସପୋର୍ଟ କରେ । ଫୋନ୍ କନେକ୍ଟିଭିଟି ପାଇଁ ଏକ ଡୁଆଲ୍ ସିମ୍ କାର୍ଡ ସ୍ଲଟ୍ ଏବଂ ମାଇକ୍ରୋ ୟୁଏସବି ପୋର୍ଟ (1.1) ରହିଛି ।

ଅନ୍ୟାନ୍ୟ ଫିଚର ଗୁଡ଼ିକରେ ମାଇକ୍ରୋ SD କାର୍ଡ ସହିତ 32 ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଏବଂ ପାଣି ଓ ଧୂଳିରୁ ସୁରକ୍ଷା ପାଇଁ IP52 ରେଟିଂ ସାମିଲ ରହିଛି । ଏହା ଚାର୍କୋଲ ଏବଂ କ୍ଲାଉଡି ବ୍ଲାକ କଲରରେ ଉପଲବ୍ଧ ହେଉଛି । ଏହା 1000mAh ବ୍ୟାଟେରୀ ସହ ୧୨ ଦିନ ପର୍ଯ୍ୟନ୍ତ ଚାଲିଥାଏ ।

ତେବେ ଏହାର ମୂଲ୍ୟ କେତେ ରହିଛି ତାହା ଜାଣି ରଖନ୍ତୁ । ନୋକିଆ 110 4Gର ମୂଲ୍ୟ ୨,୪୯୯ ଟଙ୍କା ଥିବାବେଳେ ନୋକିଆ 110 2Gର ମୂଲ୍ୟ ୧,୬୯୯ ରହିଛି । ଏହି ନୋକିଆ ହ୍ୟାଣ୍ଡସେଟଗୁଡିକ ନୋକିଆ ଡଟ୍ କମ୍ ଏବଂ ରିଟେଲ ଷ୍ଟୋର୍‌ରୁ କିଣାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.