ମହିଳା ଆଇଆଇସିଙ୍କ ଠାରୁ ଚେନ୍ ଲୁଟ ମାମଲା: ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତ ଗିରଫ

ନୟାଗଡ଼ରେ ମହିଳା ଆଇଆଇସିଙ୍କ ଠାରୁ ଦିନ ଦ୍ବିପହରରେ ସୁନା ଚେନ ଲୁଟି ନେବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ପୂର୍ବତନ ଥାନା ଅଧିକାରୀଙ୍କ ସୁନା ଚେନ ଲୁଟର ୨୪ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଛି ପୋଲିସ। ଖୋର୍ଦ୍ଧା ଅଞ୍ଚଳର ୨ ଲୁଟେରାଙ୍କୁ ଗିରଫ କରିଛି ଟାଉନ ପୋଲିସ । ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ସମ୍ପଦ ଦାଶ ଓ କାଳୀ ପ୍ରସାଦ ରାଉତ ।

ନୟାଗଡ଼ (କେନ୍ୟୁଜ): ନୟାଗଡ଼ରେ ମହିଳା ଆଇଆଇସିଙ୍କ ଠାରୁ ଦିନ ଦ୍ବିପହରରେ ସୁନା ଚେନ ଲୁଟି ନେବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ପୂର୍ବତନ ଥାନା ଅଧିକାରୀଙ୍କ ସୁନା ଚେନ ଲୁଟର ୨୪ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଛି ପୋଲିସ। ଖୋର୍ଦ୍ଧା ଅଞ୍ଚଳର ୨ ଲୁଟେରାଙ୍କୁ ଗିରଫ କରିଛି ଟାଉନ ପୋଲିସ। ସେମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ସମ୍ପଦ ଦାଶ ଓ କାଳୀ ପ୍ରସାଦ ରାଉତ। ସେମାନଙ୍କ ନିକଟରୁ ଥାନା ଅଧିକାରୀଙ୍କ ଚେନ ସମେତ ଅନ୍ୟ ସ୍ଥାନରୁ ଲୁଟ କରିଥିବା ୪ଟି ଚେନ ଜବତ କରିଥିଲା ବେଳେ ଲୁଟରେ ବ୍ୟବହୃତ ପଲସର ବାଇକକୁ ମଧ୍ୟ ଜବତ କରାଯାଇଛି। ଏ ନେଇ ନୟାଗଡ଼ SDPO ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗତ ରବିବାର ନୟାଗଡ଼ ସଦର ଥାନାର ପୂର୍ବତନ IIC ମନୋରମା ମଲ୍ଲିକ ସ୍କୁଟି ଯୋଗେ DIB ରୁ ନିଜ ଭଡା ଘରକୁ ଫେରୁଥିବା ବେଳେ ୨ ଜଣ ହେଲମେଟ ପିନ୍ଧା ଯୁବକ ଟ୍ରାଫିକ ଛକରୁ ତାଙ୍କୁ ଫଲୋ କରିଥିଲେ । ଘର ନିକଟରେ ସ୍କୁଟିକୁ ଧକ୍କା ଦେବାରୁ ଥାନା ଅଧିକାରୀ ତଳେ ପଡିଯାଇଥିଲେ। ଏହି ସୁଯୋଗରେ ୨ ଦୁର୍ବୃତ୍ତ ମନୋରମାଙ୍କ ବେକରୁ ସୁନା ଚେନ ଲୁଟି ନେଇଯାଇଥିଲେ। ଅଭିଯୋଗ ପାଇ ଟାଉନ ପୋଲିସ ସହରରେ ଲାଗିଥିବା cc tv ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ବାଇକ ନମ୍ବର ଅନୁସାରେ ଖୋର୍ଦ୍ଧା ଟାଉନର ଦୁଇ ଅପରାଧୀଙ୍କ ନିକଟରେ ପହଞ୍ଚି ପାରିଥିଲା। ସମ୍ପୃକ୍ତ ୨ ଅପରାଧୀଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଥିବା SDPO କହିଛନ୍ତି । ସେପଟେ ବଦଳି ହୋଇ ଜିଲ୍ଲା ଛାଡିବା ପୂର୍ବରୁ ପୂର୍ବତନ IIC ଙ୍କୁ ଲକ୍ଷାଧିକ ଟଙ୍କାର ଚେନ ମିଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.