Below header

ବର୍ଷା ପ୍ରକୋପ: କେଦାରନାଥ-ଗଙ୍ଗୋତ୍ରୀ ଯାତ୍ରା ବନ୍ଦ; ଉତ୍ତରାଖଣ୍ଡ, ହିମାଚଳ ଏବଂ ମନାଲିରେ ଫସିଛନ୍ତି ପର୍ଯ୍ୟଟକ

ପ୍ରବଳ ବର୍ଷା ଯୋଗୁଁ ବନ୍ଦ ରହିଲା କେଦାରନାଥ ଯାତ୍ରା । ପାଣିପାଗ ବିଭାଗ ଏଠାରେ ରେଡ ଆଲର୍ଟ ଜାରି କରିଛି । ଉତ୍ତର ଭାରତରେ ସବୁନଦୀର ଜଳସ୍ତର ବୃଦ୍ଧି ପାଉଛି । ତେଣୁ ବନ୍ୟା ସ୍ଥିତି ଦେଖି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବନ୍ଦ କରିଦିଆଯାଇଛି ।

ଉତ୍ତରାଖଣ୍ଡରେ ଲଗାତାର ହେଉଥିବା ପ୍ରବଳ ବର୍ଷା ହେତୁ କେଦାରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି । ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବାରୁ ରାସ୍ତା ସବୁ ଭାଙ୍ଗିଯାଇଛି । ଏହି କାରଣରୁ ଟ୍ରାଫିକ୍ ପ୍ରଭାବିତ ହୋଇଛି। ଏଥି ସହ ଉତ୍ତରାଖଣ୍ଡରେ ବର୍ଷା ପ୍ରକ୍ରିୟା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଲଗାତାର ବର୍ଷା ଯୋଗୁଁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋନପ୍ରୟାଗ ଏବଂ ଗୌରୀକୁଣ୍ଡରେ କେଦାରନାଥ ଧାମକୁ ଯାଉଥିବା ଯାତ୍ରୀଙ୍କୁ ରୋକାଯାଇଛି ।

ଖବର ଅନୁଯାୟୀ, ପ୍ରବଳ ବର୍ଷା ହେତୁ ମନ୍ଦାକିନୀ ଏବଂ ଆଲାକାନନ୍ଦ ନଦୀର ଜଳସ୍ତର ବଢିବାରେ ଲାଗିଛି । ଭାରତ ପାଣିପାଗ ବିଭାଗ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ମଧ୍ୟରେ ଜୁଲାଇ ୧୨ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଙ୍ଗଳବାର କହିଛନ୍ତି ଯେ, ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଭାରତ ପାଣିପାଗ ବିଭାଗ ଚେତାବନୀକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ସୂଚନା ଦେଇଛି। ରାଜ୍ୟରେ କରାଯାଇଥିବା ସତର୍କତା ବ୍ୟବସ୍ଥା ବିଷୟରେ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି, ‘ପ୍ରତିବର୍ଷ ମୌସୁମୀ ସମୟରେ ଏଠାରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିବ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ଅନ୍ୟ ସଂଗଠନ ମଧ୍ୟ ଏଥିରେ କାମ କରୁଛି । ଏନଡିଆରଏଫ, ସେନା ଏବଂ ପିଡବ୍ଲ୍ୟୁଡି ବିଭାଗ କୌଣସି ସ୍ଥିତିରେ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି । ଯେଉଁମାନଙ୍କୁ ସହାୟତା ଲୋଡୁଛନ୍ତି, ସେମାନଙ୍କ ସଂପର୍କରେ ଟିମ୍‌ ରହିଛି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଗଙ୍ଗନାନୀ ପାଖରେ ଜାତୀୟ ରାଜମାର୍ଗରେ ପାହାଡ ଧସିବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୧୦ ଜଣ ଲୋକ ଆହତ ହୋଇଥିଲେ । ଆଜି ମଧ୍ୟ ପାଣିପାଗ ବିଭାଗ ସ୍ଥାନୀୟ ଅଞ୍ଚଳ ପାଇଁ ରେଡ ଆଲର୍ଟ ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.