ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ଦେହାନ୍ତ, ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ସୂଚନା
ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କ ପରଲୋକ ହୋଇଛି । ଦୀର୍ଘଦିନରୁ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଙ୍କ ପତ୍ନୀଙ୍କର ପରଲୋକ ହୋଇଛି । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କର ପତ୍ନୀ ସୀତା ଦହଲ ଗତ କିଛି ଦିନ ଧରି ସ୍ୱାସ୍ଥ୍ୟ ଖରାପ ରହିଥିଲା । ଏଥିପାଇଁ ସୀତାଙ୍କର ଚିକିତ୍ସା ନର୍ବିକ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚାଲିଥିଲା । ଆଜି ସୀତା ହାର୍ଟ ଆଟାକରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
ଖବର ମୁତାବକ, ସୀତା ଡାଇବେଟିସ ଓ ଉକ୍ତ ରକ୍ତଚାପ ସମେତ ଅନେକ ରୋଗ କାରଣରୁ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୮ଟା ସମୟରେ ସୀତା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଦୀର୍ଘ ଦିନ ଧରି ସୀତାଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସା କରାଇବା ପାଇଁ ଦୁଇବର୍ଷ ପୂର୍ବରୁ ପ୍ରଚଣ୍ଡ ସୀତାଙ୍କୁ ନେଇ ଭାରତ ଆସିଥିଲେ ।
Sita Dahal, wife of Nepal PM Pushpa Kamal Dahal ‘Prachanda’, passed away today after suffering a cardiac arrest following prolonged illness. pic.twitter.com/zqLL9FJTlN
— ANI (@ANI) July 12, 2023