ଏକାନ୍ତରେ ସମୟ ବିତାଉଥିବା ପ୍ରେମୀ ଯୁଗଳଙ୍କୁ ନେଇ ନଗ୍ନ କରାଇଲେ ଦୁବୃର୍ତ୍ତ, ଭିଡିଓ ଭାଇରାଲ କରିଦେବାକୁ କହି କଲେ ବ୍ଲାକମେଲ୍‌

ଜୟପୁର (କେନ୍ୟୁଜ) : ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ସାବଧାନ। ନଚେତ ପଡିପାରନ୍ତି ଅସୁବିଧାରେ। ଏକାନ୍ତରେ ସମୟ ବିତାଇବା ପୂର୍ବରରୁ ଦଶ ଥର ଚିନ୍ତା କରନ୍ତୁ। ନଚେତ ଆପଣଙ୍କ ଅବସ୍ଥା ବି ଏମାନଙ୍କ ଭଳି ହୋଇପାରେ। କାରଣ ଏକାନ୍ତରେ ମନୋରଞ୍ଜନ କେତେବେଳେ ବି ଆପଣଙ୍କ ପାଇଁ ବିପଦ ଡାକିପାରେ। ଏକଥା ଆମେ ଏଥିପାଇଁ କହୁଛୁ ଯେ ନିଛାଟିଆରେ ବାର୍ତ୍ତାଳାପ ବେଳେ ସାଙ୍ଘତେିକ ଭାବେ ଫସିଛନ୍ତି ଜଣେ ପ୍ରେମୀ ଯୁଗଳ। ଏ ଘଟଣା ହେଉଛି ଜୟପୁର ସହରର। ଆଉ ଏଠାରେ ଏମିତି କିଛି ଘଟିଯାଇଛି ଯାହା ଏକଦମ୍‌ ଫିଲ୍ମୀ ଲାଗିବ ଆପଣଙ୍କୁ। କିନ୍ତୁ ଏ ଘଟଣା ଘଟିଛି ବାସ୍ତବରେ। ନିଜ ଭାବନା ଏବଂ ପ୍ରେମକୁ ପରିପ୍ରକାଶ କରିବାକୁ ନିରଳା ସ୍ଥାନକୁ ଯାଇଥିଲେ ପ୍ରେମୀ ଯୋଡି। କିନ୍ତୁ ସେମାନେ କେବେବି ଜାଣିନଥିଲେ ଯେ ତାଙ୍କର ଏହି ଏକାନ୍ତରେ କଟାଉଥିବା ସମୟ ଏବଂ ମନୋରଞ୍ଜନକୁ ଆଉ କିଏ ବି ଦେଖୁଛି।

ଦୁଇଜଣ ଯୁବକ ଯୁବତୀଙ୍କୁ କିଛି ଅସାମାଜିକ ଯୁବକ ଏକାନ୍ତର ସୁଯୋଗ ନେଇ ଯୁବତୀଙ୍କୁ କାବୁକରି ନଗ୍ନ କରିଥିଲେ ଆଉ ନଗ୍ନ ଭିଡିଓ କରି ଧମକ ଦେଲେ। ଆଉ ସେଇ ନଗ୍ନ ଭିଡିଓ ଦେଖାଇ ପଚାଷ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ପାଖରେ ହଠାତ୍‌ ଏତେ ଟଙ୍କା ନଥିବାରୁ ସେମାନେ ନିଜର ବନ୍ଧୁଙ୍କ ଜରିଆରେ ସାତ ହଜାର ଟଙ୍କା ଦେଇ ସେଠାରୁ ଫେରିଥିଲେ। କିନ୍ତୁ ବଳକା ପଇସା ଦେବାକୁ ବାରମ୍ବାର ଧମକ ଦେଉଥିଲେ ଏହି ଅସାମାଜିକ ଯୁବକ।

ତେବେ ବଳକା ପଇସା ଫେରେଇବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣ। ସେମାନଙ୍କ ଠାରୁ କିଛି ଟଙ୍କା ଓ ଉକ୍ତ ଅଶ୍ଳୀଳ ଭିଡିଓ ଥିବା ମୋବାଇଲ ଜବତ କରଛି ପୋଲିସ। ତେବେ ଜୟପୁର ସହରରେ ଏଭଳି ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ଯୁବକ ଯୁବତୀ ଙ୍କ ଏଭଳି ଏକାନ୍ତ ସ୍ତାନକୁ ଯିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି।

ଅନେକ ପ୍ରେମୀ ଯୋଡି ଏମିତି ଘଟଣାକୁ ସାମ୍ନା କରୁଛନ୍ତି ଆଉ ସମାନ ଢ଼ଙ୍ଗରେ ସେମାନଙ୍କୁ ବ୍ଲାକମେଲ ମଧ୍ୟ କରାଯାଉଛି। କିଛି ସ୍ୱର ଉଠାଉଛନ୍ତି ତ ଆଉ କିଛି ଲଜ୍ଜା ପାଇଁ ସେମାନଙ୍କ କଥା ମାନୁଛନ୍ତି ପୁଣି ଆଉ କିଏ ଲୋକଲଜ୍ଜାକୁ ସହନପାରି ଜୀବନ ହାରିଦେଉଛନ୍ତି। କିନ୍ତୁ ଉକ୍ତ ଯୁବତୀ ଜଣକ ଜୟପୁର ଟାଉନଥାନାରେ ଅଭିଯୋଗ କରିସାହସର ପରିଚୟ ଦେଇଛନ୍ତି।

ସେପଟେ ଘଟଣାରେ ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା କହିଛନ୍ତି ଯେ ଘଟଣାରେ ୫ ଜଣ ଗିରଫ ହେବା ସହ ଏଭଳି ଅସାମାଜିକ ଗୋଷ୍ଠୀ ଉପରେ ଆଗାମୀ ଦିନରେ ସ୍ପେଶାଲ ରେଡ କରାଯିବ । ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏଭଳି ଘଟଣା ସବୁ ଆମ ସମାଜରେ ଆମ ଆଖପାଖରେ ପ୍ରାୟ ପ୍ରତ୍ୟେକ ଦିନ ଘଟୁଛି। ଆପଣଙ୍କୁ ସାଧାରଣ ଲାଗୁଥିବା ସ୍ଥିତି କେତେବେଳେ ଅସାଧାରଣ ପରିସ୍ଥିତି ସୃଷ୍ଟି କରିପାରେ। ତେଣୁ ଆମର ଅନୁରୋଧ ଯେଉଁ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଏପରି କରୁଛନ୍ତି ବିଲକୁଲ ବି କରନ୍ତୁନାହିଁ। ଏମିତି କରି ନିଜର ଜୀବନ ବିପଦରେ ପକାଇବା ସହ ଘରର ମାନସମ୍ମାନକୁ ତଳେ ପକାଉଛନ୍ତି। ତେଣୁ ପ୍ରେମ କରନ୍ତୁ ମନା ନାହିଁ କିନ୍ତୁ ପ୍ରେମର ଗୋଟେ ସିମା ଅଛି, ତାକୁ ମାନିବା ନିହାତି ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.