ରବିବାର ଦିନ ସୂର୍ଯ୍ୟଦେବଙ୍କ କୃପା ପାଇବା ପାଇଁ ଏହିସବୁ କଥାକୁ ଧ୍ୟାନ ରଖନ୍ତୁ, ଏହି ଉପାୟକୁ ଆପଣାନ୍ତୁ

ରବିବାର ଦିନ ବିଶେଷ ଭାବେ ସୂର୍ଯ୍ୟଦେବଙ୍କୁ ସମର୍ପିତ କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କୁ ନିୟମିତ ରୂପେ ଅର୍ଘ୍ୟ ଦେବା ଉଚିତ। ମାନ୍ୟତା ଅନୁସାରେ ସୂର୍ଯ୍ୟଦେବ ଯେଉଁ ବ୍ୟକ୍ତିଙ୍କ ଉପରେ କୃପା କରନ୍ତି ତାଙ୍କ ଭାଗ୍ୟ ସୂର୍ଯ୍ୟ ଦେବଙ୍କ ଭଳି ଚମକିଥାଏ।

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନକୁ ଗୋଟିଏ ଗୋଟିଏ ଦେବତାଙ୍କୁ ସମର୍ପିତ କରାଯାଇଛି। ରବିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା ଓ ଆରଧନା କରିବା ଠିକ ମନାଯାଏ। ଏହିଦିନ ଭଲ ମନରେ ପୂଜା କରିବା ଦ୍ୱାରା ଓ ବ୍ରତ ରଖିବା ଦ୍ୱାରା ଭକ୍ତଙ୍କୁ ସୂର୍ଯ୍ୟଦେବଙ୍କ ଶୁଭାଶିର୍ବାଦ ମିଳିଥାଏ। ଏମିତିରେ ତାଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କ ଜୀବନରେ କୌଣସି ସମସ୍ୟା ରୁହେ ନାହିଁ। ଏହାସହ ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ହୋଇଥାଏ।

ଯେକୌଣସି ଜାତକର କୁଣ୍ଡଳୀରେ ସୂର୍ଯ୍ୟଦେବଙ୍କୁ ଶକ୍ତିଶାଳୀ କରିବା ପାଇଁ ତାଙ୍କ ସକାରାତ୍ମକ ପ୍ରଭାବକୁ ମଜବୁତ କରିବା ପାଇଁ ଆପଣ କିଛି ଉପାୟ କରିପାରିବେ। ଏ ମିତିରେ ଆପଣଙ୍କୁ କ୍ୟାରିଅର, ମାନ ସମ୍ମାନ, ପ୍ରତିଷ୍ଠା, ନାମ ଆଦିରେ ଅନେକ ସଫଳତା ମିଳିପାରିବ। ସୂର୍ଯ୍ୟଦେବଙ୍କୁ ଶକ୍ତିଶାଳୀ କରିବା ଦ୍ୱାରା କ୍ୟାରିଅରରେ ବହୁ ପ୍ରଗତି ହୋଇଥାଏ। ଏବେ ଜାଣନ୍ତୁ ଆଜିଅର୍ଥାତ ରବିବାର ଦିନ କଣ କଲେ ଆପଣ ଶୁଭଫଳ ପାଇପାରିବେ:
ଏହିକାମ କରନ୍ତୁ ନାହିଁ:
-ରବିବାର ଦିନ ବ୍ରତ ରଖିଥିବା ବ୍ୟକ୍ତି ଖାଦ୍ୟରେ ଲୁଣ ସାମିଲ କରନ୍ତୁ ନାହିଁ। ରୋଗୀ ଲୋକ କେବଳ ଏହାକୁ ଖାଇପାରିବେ।
-ଏହିଦିନ କଳା, ନୀଳ, ଗ୍ରେ ରଙ୍ଗର ଡ୍ରେସ ପିନ୍ଧନୁ ନାହିଁ। ଏମିତି ହେଲେ ସୂର୍ଯ୍ୟଙ୍କର ଖରାପ ପ୍ରଭାବ ପଡ଼ିଥାଏ।
-ରବିବାର ଦିନ ତମ୍ବାର କୌଣସି ଜିନିଷକୁ ବିକ୍ରି କରନ୍ତୁ ନାହିଁ। ଏମିତି କଲେ ବ୍ୟକ୍ତିଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।
-ଏହିଦିନ ସୂର୍ଯ୍ୟଦେବଙ୍କୁ ଆରଧନା କରୁଥିବା ଲୋକ ଚୁଟି କାଟନ୍ତୁ ନାହିଁ। ଏହାସହ ମାଛ, ମାଂସ ଆଦି ଖାଆନ୍ତୁ ନାହିଁ।

ଏହି କାମ କରନ୍ତୁ:
-ସୂର୍ଯ୍ୟଦେବଙ୍କୁ ନିୟମିତ ରୂପେ ଅର୍ଘ୍ୟ ଦାନ କରନ୍ତୁ। ପ୍ରତିଦିନ ସ୍ନାନ କରିବା ପରେ ତମ୍ବା ଢ଼ାଳରେ ଜଳ, ଅକ୍ଷତ, ଫୁଲ ଓ ଚନ୍ଦନ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ। ଯଦି ଆପଣ ନିୟମିତ ରୂପେ ଏହା କରନ୍ତି ନାହିଁ ତେବେ କେବଳ ରବିବାର ଦିନ ଏହା କରିପାରିବେ।
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କ କୃପା ପାଇବା ପାଇଁ ଏବଂ କୁଣ୍ଡଳୀରେ ସୂର୍ଯ୍ୟଙ୍କୁ ମଜବୁତ କରିବା ପାଇଁ ରବିବାର ଦିନ ବ୍ରତ ଅବଶ୍ୟ ରଖନ୍ତୁ।
-ଏହାସହ ଆପଣ ରବିବାର ଦିନ ସୂର୍ଯ୍ୟଦେବଙ୍କ ମନ୍ତ୍ରକୁ ଜପ କରିପାରିବେ।
-ଏହାବ୍ୟତିତ ଆପଣ ତମ୍ବା କଡ଼ାର ଧାରଣ ମଧ୍ୟ କରିପାରବେ। ପୁରୁଷ ଡ଼ାହାଣ ଓ ନାରୀ ମାନେ ବାମ ହାତରେ ପିନ୍ଧନ୍ତୁ।
-ସୂର୍ଯ୍ୟଦେବ ହେଉଛନ୍ତି ପିତା କାରକ। ତେଣୁ ସୂର୍ଯ୍ୟଦେବଙ୍କ କୃପା ପାଇବା ପାଇଁ ବାପାଙ୍କର ସମ୍ମାନ କରନ୍ତୁ।