Below header

ଚୌଦ୍ୱାର କୟଳପଡା ପଞ୍ଚାୟତ ହାଟବାଡିଆ ପୋଖରୀରୁ ପାରାଦୀପ ନୂଆବଜାର ଅଞ୍ଚଳର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଚୌଦ୍ୱାର ଥାନା କୟଳପଡା ପଞ୍ଚାୟତ ହାଟବାଡିଆ ପୋଖରୀ କୂଳ ପଙ୍କରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ପାରାଦୀପ ନୂଆବଜାର ଅଞ୍ଚଳର ଶରତ ଜେନା । ଶରତଙ୍କ ମୁଣ୍ଡ ମଝିରେ ଓ ବାମପଟ କାନ ତଳେ ଗଭୀର କ୍ଷତ ଚିହ୍ନ ରହିଛି । ପାରାଦୀପ ଅଞ୍ଚଳର ଜିତେନ୍ଦ୍ର ମହାନ୍ତି ନାମକ ଜଣେ ଯୁବକ ଶରତଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ପୋଲିସ ସୂଚନା ଦେଇଛି । ସେପଟେ ଅଭିଯୁକ୍ତ ଜିତେନ୍ଦ୍ରକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.