Below header

ଦିନ ତମାମ ପୋଖରୀ ହୁଡ଼ାରେ ଜଗି ରହିଥିଲେ ଗର୍ଭବତୀ ପତ୍ନୀ, ଆଜି ଭାସମାନ ଅବସ୍ଥାରେ ମିଳିଲା ସ୍ବାମୀଙ୍କ ମୃତଦେହ

କେନ୍ଦୁଝର: ପୋଖରୀରୁ ଭାସମାନ ଅବସ୍ଥାରେ ପଥୁରୁ ଦେହୁରୀଙ୍କ ମୃତଦେହ ଉଦ୍ଧାର । ଗତକାଲି ପଥୁରୁଙ୍କ ପତ୍ନୀ ସତ୍ୟଭାମା ତାଙ୍କ ସନ୍ଧାନରେ ଦିନ ତମାମ ପୋଖରୀ ହୁଡ଼ାରେ ଜଗି ରହିଥିଲେ । ସଦରଥାନା ପୋଲିସ ବହୁ ବୁଝାସୁଝା କରି ଘରକୁ ପଠାଇଥିଲା । ଆଜି ସକାଳୁ କେନ୍ଦୁଝର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ଭାସୁଥିବା ଅବସ୍ଥାରେ ପଥୁରୁର ମୃତଦେହ ପୋଖରୀରୁ ଉଦ୍ଧାର କରିଛି ।

dead bodyପଥୁରୁଙ୍କ ପତ୍ନୀ ୬ ମାସର ଗର୍ଭବତୀ । ପଥୁରୁ ଦେହୁରୀ ସବୁ ଦିନ ମହାଦେଇଯୋଡ଼ା ଗାଁରେ କାମ ସାରି ଫେରିବା ବେଳକୁ ପୋଖରୀରେ ଗାଧୋଇ ଘରକୁ ଫେରନ୍ତି । ହେଲେ ଗତକାଲି ପୋଖରୀ ହୁଡାରେ ତାଙ୍କ ବ୍ୟବହୃତ ଗାମୁଛା, ଚପଲ ଥିଲା ହେଲେ ସେ ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ପରେ ଘଟଣାର ପ୍ରକୃତ କାରଣ ଖୋଜୁଛି ପୋଲିସ ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.