ମହାଶିରାତ୍ରୀରେ ତୈମୁରଙ୍କ ଭୋଳାନାଥ ଲୁକ୍ ଭାଇରଲ, ମଥାରେ ତିଳକ ଆଉ ତୃତୀୟ ନୟନ ସମସ୍ତଙ୍କୁ କଲା ଆକର୍ଷିତ

ମହାଶିବରାତ୍ରୀ ଅବସରରେ ଆପଣ ସମଗ୍ର ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଅନେକ ଫଟୋ ଦେଖିଥିବେ। କିନ୍ତୁ ଛୋଟ ନବାବ ତୈମୁର ଅଲି ଖାନଙ୍କ ଏକ ନିଆରା ଫଟୋ ଦେଖି ଆପଣ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ। ତୈମୁରଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶିବରାତ୍ରୀ ଅବସରରେ ତୈମୁର ନୀଳ ରଙ୍ଗର ଟିସାର୍ଟ ଏବଂ ସଟର୍ସରେ ନିଜ ଘରେ ବାହାରେ ନଜର ଆସିଥିଲେ। ମଥାରେ ତିଳକ, ତିଳକରେ ଆଖି, ଆଉ କେଶ ବାନ୍ଧି ବିଲକୁଲ ଛୋଟ ଶିବ ଭୂମିକାରେ ନଜର ଆସିଛନ୍ତି। କିନ୍ତୁ ଏହି ସମୟରେ ତାଙ୍କ କପାଳରେ ଥିବା ତୃତୀୟ ଆଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତାଙ୍କର ବୋଲ୍ଡ ଅଙ୍ଗଭଙ୍ଗୀ ଏବଂ ଅତ୍ୟଧିକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.