ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଥିଲେ ବାପା-ମାଆ, କାନ୍ଦି କାନ୍ଦି ବେହାଲ ୭ ମାସ ଛୁଆକୁ କେମିତି ସମ୍ବାଳିଲେ ହୋମଗାର୍ଡ ଦେଖନ୍ତୁ

ଜଣେ ହୋମଗାର୍ଡ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ଯେଉଁଥିପାଇଁ ତାଙ୍କୁ ମିଳୁଛି ଖୁବ୍ ପ୍ରଶଂସା। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣଙ୍କ ହୃଦୟ ବି ଓଦା ହୋଇଯିବ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ହୋମ ଗାର୍ଡ ଜଣେ ୭ ମାସର ଛୁଆକୁ ନିଜ କାନ୍ଧରେ ଶୁଆଉଛନ୍ତି। ଏହା ଦେଖି ଆପଣ ଭାବୁଥିବେ ଏ ଛୁଆଟି ବୋଧହୁଏ ତାଙ୍କ ନିଜ ଛୁଆ ହୋଇଥିବ ଏଥିରେ କଣ ବଡ କଥା ଅଛି, କିନ୍ତୁ ନାଁ ଏ ଛୋଟ ପିଲାଟି ତାଙ୍କର ନିଜର ନୁହେଁ। ଏ ପିଲାଟିର ବାପା ମାଆ ଏବଂ ଅନ୍ୟ ସମ୍ପର୍କୀୟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯାହାପରେ ଗୁରୁତର ଆହତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏ ବ୍ୟକ୍ତି ହେଉଛନ୍ତି ଉକ୍ତ ହସପିଟାଲର ହୋମଗାର୍ଡ। ବାପା ମାଆ ଏବଂ ସମ୍ପର୍କୀୟଙ୍କର ଚିକିତ୍ସା ହେଉଥିବାବେଳେ ପିଲାଟି ଜୋର ଜୋରରେ କାନ୍ଦିବାକୁ ଲାଗିଥିଲା। ଆଉ ଠିକ ଏହି ସମୟରେ ଡ୍ୟୁଟିରେ ଥିବା ହୋମଗାର୍ଡ ପିଲାଟିକୁ ନିଜ କୋଳକୁ ନେଇ କାନ୍ଧ ଉପରେ ଶୁଆଇ ପିଲାଟିକୁ ଚୁପ୍ କରାଇ ଶୁଆଇଦେଇଥିଲେ।

ତେବେ ସବୁଠୁ ବଡ କଥା ହେଉଛି ହୋମଗାର୍ଡ ଜଣଙ୍କ ପିଲାଟିକୁ ସେତେ ସମୟ ଧରିଲେ ଯେତେ ପର‌୍ୟ୍ୟନ୍ତ ପିଲାଟିର ସମ୍ପର୍କୀୟ ପହଁଚିନଥିଲେ। ତେବେ ଏହି ଦୃଶ୍ୟ ଦେଖି ଲାଗୁଛି ସତରେ କିଛି ଏମିତି ମଣିଷଙ୍କ ପାଇଁ ମାନବିକତାର ଶବ୍ଦ ବଞ୍ଚି ରହିଛି।