ବାଲିଚନ୍ଦ୍ରପୁର ବଜାରରୁ ମା’ ପୁଅ ନିଖୋଜ ଘଟଣା, ଛତିଶଗଡ଼ରୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ମା’ ପୁଅ ନିଖୋଜ ହେବା ଘଟଣା ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଅଚେତ ଅବସ୍ଥାରେ ଛତିଶଗଡ଼ ରାଜ୍ୟର ଏକ ନିଛାଟିଆ ସ୍ଥାନରୁ ମା’ ପୁଅ ଉଦ୍ଧାର ମା’ ପୁଅ ହୋଇଛନ୍ତି।

ଗତ ୧୨ ତାରିଖ ସନ୍ଧ୍ୟାରେ ବାଳିଚନ୍ଦ୍ରପୁର ବଜାରରୁ ସ୍ଥାନୀୟ କୃଷ୍ଣପୁରଶାସନ ଗ୍ରାମର ଶୁଭଲକ୍ଷ୍ମୀ ମିଶ୍ର (୩୨) ଓ ତାଙ୍କ ପୁଅ ଅଂଶୁମାନ ମିଶ୍ର (୧୫) ନିଖୋଜ ହୋଇଥିଲେ। ଉଭୟ ଏକ ସ୍କୁଟି ସାହାଯ୍ୟରେ ବଜାରକୁ ସଉଦାପତ୍ର କିଣିବାକୁ ଆସି ଆଉ ଘରକୁ ଫେରିନଥିଲେ। ତେବେ ଆଜି ଉଭୟଙ୍କ ଲଣ୍ଡିତ ମସ୍ତକ ଓ ମୁହଁରେ କଳା ବୋଳା ହୋଇଥିବା ସହିତ ଅଚେତ ଅବସ୍ଥାରେ ଛତିଶଗଡ଼ ରାଜ୍ୟର ଏକ ନିଛାଟିଆ ସ୍ଥାନରୁ ଉଦ୍ଧାର କରାଯାଇଛି।

ଖବର ପାଇ ବାଲିଚନ୍ଦ୍ରପୁର ଥାନା ପୋଲିସର ଏକ ଟିମ ସେଠାକୁ ଯାଇଥିବା ସୂଚନା ମିଳିଛି। ସେଠାରେ ଏକ ମେଡିକାଲରେ ଉଭୟଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି। ତେବେ ମା ଓ ପୁଅଙ୍କୁ ଅପହରଣ କରାଯାଇଥିବା ନେଇ ସନ୍ଦେହ ଘନୀଭୂତ ହୋଇଛି। ଏ ସମ୍ପର୍କରେ ଶୁଭଲକ୍ଷ୍ମୀଙ୍କ ବାପା ସରୋଜ ମିଶ୍ର ବାଲିଚନ୍ଦ୍ରପୁର ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.