Below header

ପଦ୍ମଶ୍ରୀ ପାଇଲେ ରଙ୍ଗବତୀ ଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆ, ରାଷ୍ଟ୍ରପତି ପ୍ରଦାନ କଲେ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ): କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଜରାବଗା ପଞ୍ଚାୟତ ରଙ୍ଗବତୀ ବିଲୁଙ୍ଗ ଗ୍ରାମର ବିଶିଷ୍ଟ ଗୀତିକାର ଶ୍ରୀ ମିତ୍ରଭାନୁ ଗୌନ୍ତିଆ ୨୦୨୦ ବର୍ଷ ପାଇଁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଛି। ଏଥି ନିମନ୍ତେ ମହାମହିମ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଆନୁଷ୍ଠାନିକ ଭାବରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।

mitrabhanu

ଗ୍ରାମାଞ୍ଚଳରୁ ଆସି କୁଚିଣ୍ଡା କଳା ପରିଷଦରେ ସାମିଲ ହୋଇ ଅଲ ଇଣ୍ଡିଆ ରେଡିଓରେ ପାଦ ଥାପି ସଂଘର୍ଷମୟ କଳାକାର ଭାବେ ନିଜକୁ ସମର୍ପିତ କରି ଆଜି ସେ ଶୀର୍ଷରେ ପହଞ୍ଚିବା ସହ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି। ରଙ୍ଗବତୀ ଗୀତ ସାରା ବିଶ୍ୱରେ ଆଦୃତ ହୋଇ ତାଙ୍କର ଅବଦାନ ପାଇଁ ତାଙ୍କୁ ଅନେକ ପ୍ରସଂଶା ମିଳିଛି। ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗୁଁ ଉପଖଣ୍ଡରେ ଆନନ୍ଦ ଲହରୀ ଖେଳିଯାଇଛି ।ଉପଖଣ୍ଡର ବୁଦ୍ଧିଜୀବୀ ମହଲ ସ୍ଵାଗତ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.