ବିଧାନସଭାରେ ଉଠିଲା ବିଧାୟକଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ: ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ଓ ବ୍ୟୋମକେଶ

କେନ୍ୟୁଜ୍(ବ୍ୟୁରୋ):  ବିଧାନସଭାରେ ଉଠିଲା ବିଧାୟକ ବ୍ୟୋମକେଶ ରାୟଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ । ବିଧାନସଭାରେ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବ୍ୟୋମକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା । ଶାସକ ଦଳର ନେତା ସାଧାରଣ ପୋଲିସ ଏଏସଆଇଙ୍କୁ ଧମକାଇବେ କି ? ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା । ବିଧାୟକ ମାନେ ଆଚରଣରେ ଶାଳୀନତା ରଖନ୍ତୁ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ ଦଳ ନେତା ।

ଗୃହରେ ବ୍ୟୋମକେଶ ରାୟ ବିବୃତି ରଖିଛନ୍ତି । କହିଛନ୍ତି, ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା । ପୋଲିସ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲା । ତେଣୁ ତାକୁ ଫୋନ କରିଥିଲି । କହିଥିଲି ଆଇନ ତା ବାଟରେ ଯିବ । ସେ ଟଙ୍କା ଆଦୟ କରୁଥିଲେ, ଲୋକଙ୍କୁ ହଇରାଣ କରୁଥିଲେ । ଅଡ଼ିଓ ଟେପକୁ ବିଭ୍ରାନ୍ତି କରାଯାଇଛି । ଯଦି ବାଚସ୍ପତି ଚାହିଁବେ ସମ୍ପୂର୍ଣ୍ଣ ଅଡ଼ିଓ ଗୃହରେ ଉପସ୍ଥାପନ କରିବି ବୋଲି କହିଛନ୍ତି ବିଧାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.