Below header

ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସଓଙ୍କ ଆତ୍ମହତ୍ୟା, ନିଜ ସର୍ଭିସ୍‌ ରିଭଲଭରରୁ ଗୁଳି କରି ହାରିଲେ ଜୀବନ

ବଣାଇ: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସଓ ଡମ୍ବରୁଧର ସାହୁଙ୍କ ଆତ୍ମହତ୍ୟା । ଡମ୍ବରୁ ଧର ସାହୁ ନିଜ ସର୍ଭିସ୍‌ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଲହୁଣୀପଡା ଥାନା କୁର୍ଡା ଗାଁରେ ଥିବା ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ତେବେ କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି। ମୃତଦେହକୁ ଜବତ କରି ବ୍ୟବଛଦେ ପାଇଁ ପଠାଯାଇଛି।

ସୂଚନା ଅନୁଯାୟୀ ଆଜି ଭୋରରୁ ହଠାତ୍  ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁର୍ଡା ଗ୍ରାମରେ ସ୍ଥିତ ଡମ୍ବରୁଧର ସାହୁଙ୍କ ଘରେ ଏକ ବଡ଼ ଧରଣର ଶବ୍ଦ ହୋଇଥିଲା। ଏହାଶୁଣି ଘରଲୋକେ ଧାଇଁ ଆସିଥିଲେ। ସେମାନେ ଡମ୍ବରୁଧରଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବଣାଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.