WhatsApp ଲଞ୍ଚ କଲା ନୂଆ ମେସେଞ୍ଜର ଆପ, ଏକା ସାଥିରେ ୫୦ ଜଣଙ୍କ ସହ ହୋଇପାରିବେ କଥା

ଦେଶରେ ବ୍ୟାପୁଥିବା କରୋନା ମହାମାରୀ କାରଣରୁ ଅଧିକାଂଶ କମ୍ପାନୀ ନିଜ ନିଜ କର୍ମଚାରୀ ମାନଙ୍କୁ ଘରୁ କାମ କରିବାର ସୁବିଧା ବା “work from home” ସୁବିଧା ଆରମ୍ଭ କରିଛନ୍ତି । ଯାହା ଜରିଆରେ ନିଜ ନିଜ ଭିତରେ ସୋସିଆଲ ଡିଷ୍ଟାନସିଂ ବା ସାମାଜିକ ଦୂରତା ବଜାୟ ରହିବା ସହିତ ଆରାମରେ ଘରେ ରହି ମଧ୍ୟ କାମ କରିପାରିବେ । କିନ୍ତୁ ଏଥିରେ ଯୋଗାଯୋଗ ବା କମ୍ୟୁନିକେସନକୁ ନେଇ ହିଁ ଅସୁବିଧା ଉପୁଜିଥାଏ । ଏହି କାରଣରୁ ହିଁ କିଛି ଦିନ “ଫେସବୁକ” କମ୍ପାନୀ ନିଜ “ମେସେଞ୍ଜର ରୁମ ଆପ” ଫିଚର ଲଞ୍ଚ କରିଥିଲେ । ଏହି ଫିଚର ସାହାଯ୍ୟରେ ଏକା ସାଥିରେ ୫୦ ଜଣଙ୍କ ସହ କଥାବାର୍ତା କରାଯାଇ ପାରୁଛି ।

ଏପରି ଏକ ଫିଚର ଏବେ whatsapp ଲଞ୍ଚ କରିଛି । ଯାହା ସାହାଯ୍ୟରେ ଏକ ରୁମ ବନାଇ ଏକ ସାଙ୍ଗରେ ୫୦ ଜଣଙ୍କ ସହ ଯୋଗାଯୋଗ କରାଯାଇପାରିବ । ତେବେ ଆସନ୍ତୁ ପ୍ରଥମେ ଜାଣି ରଖିବା ଏହି ଫିଚର ଟିକୁ ଉପଯୋଗ କରିବାର ତରିକା ବିଷୟରେ:

whats app image

– whatsapp ର ଏହି ସୁବିଧା ଲାଭ କରିବା ପାଇଁ ବ୍ୟକ୍ତିଙ୍କର ନିଜର ଏକ ଫେସବୁକ ଆକାଉଣ୍ଟ ରହିବା ନିହାତି ଜରୁରୀ । ଏହା ସହ ୟୁଜରଙ୍କ ପାଖରେ ଫେସବୁକ ମେସେଞ୍ଜର ଆପର ଲାଟେଷ୍ଟ ଭର୍ଜନ ବି ରହିବା ସହିତ ଫେସବୁକ ଲଗଇନ ହୋଇ ପାରୁଥିବା ଦରକାର । କହିରଖିବା ଉଚିତ ହେବକି ଏହି ଫିଚରଟି ଆଣ୍ଡ୍ରଏଡ଼, ଆଇଫୋନ , ଅଥବା ଡେକ୍ସ ଟପରେ ସମାନ ଭାବେ କାମ କରିଥାଏ ।

– ରୁମ ତିଆରି କରିବା ପାଇଁ ବା ସେଥିରେ ଜଏନ କରିବା ପାଇଁ whatsappର ଲାଟେଷ୍ଟ ଆଣ୍ଡ୍ରଏଡ଼ ଭର୍ଜନ ବି ନିହାତି ରହିବା ଆବଶ୍ୟକ ।

WhatsApp has rolled out the restriction of single chat forwards ...

– ସର୍ବ ପ୍ରଥମେ whatsapp ଖୋଲନ୍ତୁ । ଏହା ପରେ ନିଜ କଲ ଟ୍ୟାବକୁ ଯାଆନ୍ତୁ । କଲ ଟ୍ୟାବ ଖୋଲିବା କ୍ଷଣି ଏକ କ୍ରିଏଟ ରୁମ ଅପସନ ଦେଖାଦେବ ।ଏହା ପରେ ମେସେଞ୍ଜର ଅପସନର continue ଉପରେ କ୍ଲିକ କରନ୍ତୁ । ଏବେ ଆପଣଙ୍କୁ ମୋବାଇଲ ବ୍ରାଉଜର ଜରିଆରେ ମେସେଞ୍ଜର ଆପ କିମ୍ବା ମେସେଞ୍ଜର ୱେବସାଇଟରେ ରିଡାଇରେକ୍ଟ କରିଦିଆଯିବ । କାରଣ ରୁମ ଫିଚର whatsapp ବାହାରେ କାର୍ଯ୍ୟ କରିଥାଏ । ଏବେ Try it ଉପରେ ଟ୍ୟାପ କରନ୍ତୁ ।

– କ୍ଲିକ କରିବା ପରେ create roomsକୁ ଟ୍ୟାପ କରି roomର ନାଁ ଏଣ୍ଟର କରନ୍ତୁ । ପରେ send link on whatsapp ଉପରେ କ୍ଲିକ କରନ୍ତୁ ।

-whatsapp ପୁଣି ଥରେ ଖୋଲିଯିବ । ଏବେ ଆପଣ ନିଜ କଣ୍ଟକଟ ଲିଷ୍ଟର ଯାହାକୁ ଚାହିଁବେ ତାହାଙ୍କୁ ଆଡ଼ କରି ପାରିବେ । ଯଦି କାହା ସହ ରୁମ ସେୟାର କରିବାକୁ ଚାହୁଁଛନ୍ତି ତେବେ ନିଜ ଗ୍ରୁପ ଗୁଡିକୁ ସରଚ କରନ୍ତୁ । ଏହା ପରେ ସେୟାର କରିବା ପାଇଁ Arrow ବଟନ ଉପରେ ଟ୍ୟାପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.