ଚୀନ୍ ବିରୋଧରେ ତାତିଲେ ମହିଳା, ଜିନ୍ ପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରିବା ସହ ସମସ୍ତ ଚୀନ୍ ସାମଗ୍ରୀ ବର୍ଜନ କରିବାକୁ ନେଲେ ଶପଥ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାଲିଆପାଳ ବ୍ଲକରେ ଥିବା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ଯା ମାନେ ଆଜି ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରିବା ସହ ସମସ୍ତ ଚୀନ ସାମଗ୍ରୀ ବର୍ଜନ କରିବାକୁ ଶପଥ ନେଇଥିଲେ। ମହିଳା ମାନେ ହାତରେ ଚୀନ ବିରୋଧି ପ୍ଲା କାର୍ଡ ଧରି ଗାଁ ଗାଁ ବୁଲି ସମସ୍ତ ଦୋକାନୀ ଏବଂ ଲୋକମାନଙ୍କୁ ଚୀନ ସାମଗ୍ରୀ ବିକ୍ରି ଏବଂ ବ୍ଯବହାର ନକରିବାକୁ ଆହ୍ବାନ ଦେଇଥିଲେ।

chinaବିଶ୍ବାସ ଘାତକ ଚୀନ ଦ୍ବାରା ଆମ ଦେଶର ୨୦ ଜଣ ବୀର ଯବାନ ମାନେ ସହିଦ ହୋଇଛନ୍ତି। ଏହାର ପ୍ରତିବାଦ କରି ସମସ୍ତ ଚୀନ ଜିନିଷ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ମହିଳା ମାନେ। ପ୍ରଥମେ ବୀର ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସାମାଜିକ ଦୂରତ୍ୱ ରକ୍ଷା କରି ମୁହଁରେ ମାସ୍କ ପିନ୍ଧି ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ସହ ଚୀନ ଜିନିଷ ବର୍ଜନ କରିବାକୁ ଲୋକ ଓ ଦୋକାନୀ ମାନଙ୍କୁ ଆହ୍ବାନ ଦେଇଥିଲେ।

chinଅନେକ ଚୀନ ଜିନିଷ ଭାଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଶ୍ବାସଘାତକ ଚୀନ ସହ ସମ୍ପର୍କ ଛିନ୍ନ ଏବଂ ସମସ୍ତ ଚୀନ ସାମଗ୍ରୀ ବର୍ଜନ କଲେ ଆମ ସହିଦ୍ ଙ୍କ ପାଇଁ ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ମହିଳା ମାନେ ପ୍ରତିକ୍ରିୟା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.