Below header

ସିନେମା ହଲରେ ଗଣ୍ଡଗୋଳ କରିବା ପଡିଲା ମହଙ୍ଗା: ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗିର (କେନ୍ୟୁଜ): କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସାଜି ସିଂ ପୋଲିସ ଦ୍ବାରା ଅଟକ । ଆଲିସାନ ସିନେମା ହଲରେ ଗଣ୍ଡଗୋଳ ଅଭିଯୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସାଜି ସିଂ ଅଟକ । ସାଜି ସିଂଙ୍କ ଗଣ୍ଡଗୋଳ ଭିଡିଓ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓ ଆଧାରରେ ପୋଲିସ ସାଜିଙ୍କୁ ଗିରଫ କରି ରାତାରାତି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବଟି ଆଦାୟ ପାଇଁ ସିନେମା ହଲ ମାଲିକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିଲେ ବିଧାୟକଙ୍କ ପୁଅ ସାଜି ସିଂ । ପୋଲିସ ଆସିବା ପରେ ସେଠାରୁ ଫେରାର ହୋଇଯାଇଥିଲେ ସାଜି ସିଂ। ସାଜି ସିଂଙ୍କୁ ତାଙ୍କ ଜିମରୁ ଧରିଛି ପୋଲିସ । ଜିମରୁ ବ୍ୟାପକ ପରିମାଣରେ ମଦ ସହ ଟଙ୍କା ଜବତ କରାଯାଇଛି । ତାଙ୍କ ବିରୋଧରେ IPC ଧାରା ୩୮୩, ୩୮୪ ଓ ୫୦୬ ଓ ଆର୍ମ ଆକ୍ଟ ଲାଗିଛି । ପୂର୍ବରୁ ମଧ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.