ବନବିଭାଗ ଓ ପୋଲିସର ମିଳିତ ଚଢଉ: ଢାବାରେ ବାଘ ଛାଲ ଡିଲ୍‌ ବେଳେ ୮ ଗିରଫ

ମୟୂରଭଞ୍ଜ (କେନ୍ୟୁଜ): ଢାବାରେ ବାଘ ଛାଲ ଡିଲ୍‌ ବେଳେ ବନବିଭାଗ ଓ ପୋଲିସର ଚଢଉ। କଲରାପତରିଆ ବାଘ ଛାଲ ଜବତ କରି ୮ଜଣଙ୍କୁ ଗିରଫ କରିଛି ପୋଲିସ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳର କାଣିମହୁଲି ଠାରେ ବାଘ ଛାଲ ଡ଼ିଲ ବେଳେ ପୋଲିସ ଓ ବନବିଭାଗ ମିଳିତ ଚଢାଉ କରିଥିଲେ। ବାଘ ଛାଲ କିଣିବାକୁ ଆସିଥିବା ପଶ୍ଚିମବଙ୍ଗର ମାଫିଆ ଫେରାର ହୋଇଯାଇଛି।

ଗିରଫ ୮ଜଣଙ୍କ ଠାରୁ ମୋବାଇଲ ଓ ବାଇକ ଜବତ କରାଯାଇଛି। ଝାରପୋଖରିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଢାବାରେ ଚାଲିଥିଲା ଡିଲ୍‌। ମୟୂରଭଞ୍ଜ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଡିଲ ପାଇଁ ଆସିଥିବା ଅଭିଯୁକ୍ତଙ୍କ ଉପରେ ତୀକ୍ଷଣ ନଜର ରଖିଥିଲା। ସାତ ଲକ୍ଷ ଟଙ୍କାରେ ଡିଲ ହୋଇ ବାଘ ଛାଲ ହସ୍ତାନ୍ତର ସମୟରେ ସ୍ୱତନ୍ତ୍ର ଟିମ୍‌ ସମସ୍ତଙ୍କୁ କାବୁ କରିଥିଲା। ଜବତ ବାଘ ଚମଡାଟି ପ୍ରାୟ ଚାରି ପାଞ୍ଚ ମାସ ପୂର୍ବର ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.