ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା: ପାଇଖାନା ଟାଙ୍କିରେ ଲୁଚିଛି ତଥ୍ୟ, ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ

ଝାରସୁଗୁଡ଼ା (କେନ୍ୟୁଜ): ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ସୁରାକ୍‌ । ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । ହେଲେ ଶତପ୍ରତିଶତ ସଫଳ ହୋଇପାରିନାହିଁ । କିଛି ସୁରାକ୍‌ ଉଦ୍ଧାର ପାଇଁ ଝାରସୁଗୁଡ଼ା ବିମାନବନ୍ଦର ଥାନାରେ ରାତି ଅଧିଆ ଅପରେସନ୍‌ କରିଛି କ୍ରାଇମବ୍ରାଞ୍ଚ । ଜବତ କାଗଜରେ ନବଙ୍କ ହତ୍ୟା ରହସ୍ୟର ପ୍ରମାଣ ଲୁଚିଛି । ବୁଧବାର ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚର ତନାଘନା ଜେରା ବେଳେ ଗୋପାଳ ଏସମ୍ପର୍କରେ ସୂଚନା ଦେଇଛି ।

ରବିବାର ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏଏସ୍‌ଆଇ ଗୋପାଳ ଦାସ । ତତ୍କାଳ ତାଙ୍କୁ କାବୁ କରାଯାଇଥିଲା ଏବଂ ପୁଲିସ ତାଙ୍କୁ ଆଣି ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଅଟକ ରଖିଥିଲା। କ୍ରାଇମବ୍ରାଞ୍ଚ ଆସି ପହଞ୍ଚିବା ଯାଏ ସେ ଦୀର୍ଘ ସମୟ ଧରି ସେଠାରେ ଥିଲେ । ନବଙ୍କ ମୃତ୍ୟୁ ପଞ୍ଜିକା ପ୍ରସ୍ତୁତ କରିଥିବା ଗୋପାଳ ଲୁଚାଇ ରଖିଥିଲା । ପରିସ୍ରା ଯିବା ବାହାନାରେ ଲୁଚାଇ ରଖିଥିବା ସବୁ କାଗଜକୁ ପାଇଖାନାରେ ଫ୍ଲସ୍‌ କରିଦେଇଥିଲା । ପ୍ରଥମ ଦିନ ରିମାଣ୍ଡରେ ଗୋପାଳ ସୂଚନା ଦେବାପରେ ପାଇଖାନା ଟାଙ୍କିକୁ ଖୋଲି କାଗଜ ଜବତ କରିଛି । ଏହାକୁ SFSLକୁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.