ମା’ ନା ଡାହାଣୀ! ୫ ବର୍ଷ ପୁଅର ତଣ୍ଟି ଚିପି ମାରିଲା ମା’

ଅନୁଗୋଳ (କେନ୍ୟୁଜ): ନିଜ ପୁଅକୁ ଜନ୍ମ କଲା ମାଆ ମାରିଥିବା ଅଭିଯୋଗ। ଅନୁଗୋଳ ଜିଲ୍ଲା ନାଲକୋ ଥାନା କାଣ୍ଡସର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୫ବର୍ଷର ପୁଅର ତଣ୍ଟି ଚିପି ମାଆ ମାରିଦେଇଥିବା ନେଇ ମୃତ ଶିଶୁର ଦାଦା ଅଭିଯୋଗ ଆଣିଛନ୍ତି। ପୁତୁରାକୁ ହତ୍ୟା ପରେ ଦାଦା ନାଲକୋ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ କାଣ୍ଡସର ମଶାଣି ପଡ଼ିଆରୁ ମୃତ ଶିଶୁର ମରଶରୀରକୁ ବାହାର କରିଛି ପୋଲିସ। ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.